୪୦ ବର୍ଷ ତଳେ ଦେଇଥିବା କଥା ପୂରଣ କଲେ, ଦୁଇ ବନ୍ଧୁରୁ ସାଜିଲେ ସମୁଦି
ଆଠଗଡ଼(କେନ୍ଯୁଜ୍): ଦେଇଥିବା କଥା ପୂରଣ କଲେ। ଦୁଇ ବନ୍ଧୁରୁ ହେଲେ ଦୁଇ ସମୁଦି। ଦର୍ଶକବନ୍ଧୁ ଏ ଘଟଣା ଟିକେ ଭିନ୍ନ। ଏମାନେ ନିଜ ପୁଅ ଝିଅକୁ ବିବାହ କରାଇ ସମୁଦି ହୋଇନାହାନ୍ତି ବରଂ ଦୁଇ ଗଛ ଭିତରେ ବିବାହ କରାଇ ସ୍ରୁଷ୍ଟି କରିଛନ୍ତି ଉଦାହରଣ । ନିଜ ପିଲା ଭଳି ଗଛ ଲଗାଇ, ତାକୁ ବଡ କଲେ। ଆଉ ଶେଷରେ ସମ୍ପନ୍ନ କରାଇଲେ ସେମାନଙ୍କ ବିଭାଘର। ଆଠଗଡ଼ ଅଞ୍ଚଳରେ ଏମିତି ଏକ ଦ୍ରୁଶ୍ଯ ଦେଖିବାକୁ ମିଳିଛି। ଯେଉଁ ଗାଁରେ ସାଧାରଣ ବିବାହ ଭଳି ଧୁମ୍ ଧାମ୍ ରେ କରାଯାଇଛି ବର ବୃକ୍ଷ ଓ ଅଶ୍ୱସ୍ତ ବୃକ୍ଷର ବିବାହ ।
ଆଠଗଡ଼ ବ୍ଲକ୍ ଅନ୍ତର୍ଗତ ରାଧା ଗୋବିନ୍ଦ ପୁର ପଞ୍ଚାୟତ ଅଧୀନ ରାଧା ମାଧବ ପୁର । ଏହି ଗ୍ରାମର ଦୁଇ ବନ୍ଧୁ ମଧୁସୂଦନ ସାହୁ ଓ ଶ୍ରୀଧର ବେଉରା ୧୯୮୦ ଦଶକରେ ଗାଁ ମୁଣ୍ଡରେ ଲଗାଇ ଥିଲେ ଦୁଇଟି ବର ଓ ଅଶ୍ବସ୍ତ ବୃକ୍ଷ । ଦୁଇ ବନ୍ଧୁ ବୃକ୍ଷ ଦୁଇଟି ରୋପଣ କରିବା ସମୟରେ ପରସ୍ପର ମଧ୍ୟରେ କଥା ହୋଇଥିଲେ କିଛି ବର୍ଷ ପରେ ବୃକ୍ଷ ଦୁଇଟିର ବିବାହ କରିବେ ଓ ବନ୍ଧୁ ରୁ ଦୁଇ ସମୁଦୀ ହେବେ । ଗଛ ଦୁଇଟିକୁ ଲାଲନପାଳନ କରିବା ସହ ସୁରକ୍ଷା ମଧ୍ୟ କରିଥିଲେ । ବିଗତ ବର୍ଷରେ ଦୁଇ ବୃକ୍ଷର ବିବାହ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ପୂରଣ ହୋଇ ପାରି ନଥିଲା । ତେବେ ଦୀର୍ଘ ଚାଳିଶ ବର୍ଷ ପରେ ଆଜି ତାହା ସମ୍ଭବ ହୋଇ ପାରିଛି । ଓଡ଼ିଆ ଘରର ପରମ୍ପରା ଅନୁଯାୟୀ ଦୁଇ ବୃକ୍ଷର ବୈଦିକ ରୀତିରେ ପୂଜାର୍ଚ୍ଚନା ସହିତ ବିବାହ ସମ୍ପର୍ଣ୍ଣ କରାଯାଇଛି । କନ୍ଯାର ପିତା ମଧୁସୂଦନ ସାହୁ ହୋଇ ଥିବା ବେଳେ ବରର ପିତା ସାଜିଥିଲେ ଶ୍ରୀଧର ବେଉରା ।
ସାଧାରଣ ବିବାହ ପରି ଧୁମ୍ ଧାମରେ ବିବାହ ଉତ୍ସବ ପାଳନ କରାଯାଇଥିଲା । ଅଶ୍ବସ୍ତ ବୃକ୍ଷ ଶ୍ରୀ ବିଷ୍ଣୁଙ୍କ ପ୍ରତିମା ହୋଇଥିବା ବେଳେ ବରବୃକ୍ଷ ମା ଲକ୍ଷ୍ମୀ ଙ୍କର ସ୍ବରୂପ ବୋଲି ବିବେଚନା କରାଯାଏ । ନିମନ୍ତ୍ରଣ ପାଇ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ ଦୁଇ ପରିବାରର ବନ୍ଧୁ ବାନ୍ଧବ, ସାହି ପଡିଶା ସହ ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନିତା । କୋଭିଡ କଟକଣା ମଧ୍ୟରେ ବିବାହ ସମ୍ପନ୍ନ କରାଯାଇ ଥିଲା । ଭୋଜି ଭାତର ଆସରରେ ଜମିଥିଲା । ବିବାହ ସମୟରେ ଯାହାବି କିଛି ରୀତିନୀତି ରହିଛି ତାହାକୁ ପାଳନ କରିଥିଲେ ଦୁଇ ବନ୍ଧୁ । ହୋମ୍ ଯଜ୍ଞ ସହିତ ବନ୍ଦାପନା ମଧ୍ୟ କରିଥିଲେ ନିମନ୍ତ୍ରିତ ବନ୍ଧୁ ବାନ୍ଧବ ମାନେ । ବିଶ୍ବାସ ରହିଛି ଏହି ବିବାହ ଦ୍ଵାରା କୋଟି ଯଜ୍ଞର ଫଳ ସହିତ କୋଟି ଜନ୍ମର ପୁନ୍ଯ ।ମିଳିଥାଏ । ।
ପୂର୍ବ ପୁରୁଷରୁ ଚାଲି ଆସୁଥିବା ପରମ୍ପରା ଧୀରେ ଧୀରେ ଲୋପ ପାଇବାକୁ ବସିଥିବା ବେଳେ, ଆଠଗଡ଼ର ରାଧା ମାଧବପୁର ଗ୍ରାମବାସୀ ଏବେବି ତାହାକୁ ଜୀବିତ ରଖିଛନ୍ତି । ଯାହା ମସ୍ତଙ୍କ ମନକୁ ଛୁଇଁଚି।
ଆଠଗଡ଼ରୁ ବିଶ୍ୱଜିତ୍ ରାଉତ, କେନ୍ଯୁଜ୍