ଆଖି ଦେଇ ଶରୀରରେ ପ୍ରବେଶ କରିପାରେ ଓମିକ୍ରନ ଭୂତାଣୁ

ଓମିକ୍ରନ ଭୂତାଣୁକୁ ନେଇ ପ୍ରତିଦିନ ଅନେକ ପ୍ରକାର ଲକ୍ଷଣ ସାମନାକୁ ଆସୁଛି । ଡାକ୍ତରଙ୍କ କହିବା ଅନୁସାରେ ନୂଆ ଭୂତାଣୁର ଲକ୍ଷଣ ସଂକ୍ରମିତ ବ୍ୟକ୍ତିର ଆଖିରେ ଦେଖିବାକୁ ମିଳିଛି । ଏହି ଭୂତାଣୁରେ କାଶଠୁ ଆରମ୍ଭ କରି ଡାଇରିଆ ପର୍ଯ୍ୟନ୍ତ ଲକ୍ଷଣ ମାନ ଦେଖିବାକୁ ମିଳିଛି । କିନ୍ତୁ ଆଖି ସହିତ ଜଡିତ ସମସ୍ୟା ମଧ୍ୟ କରୋନା ସଂକ୍ରମଣର ରୂପ ନେଇପାରେ । କରୋନା ଭୂତାଣୁର ଲକ୍ଷଣ ଏବେ ଅଳ୍ପ ମାତ୍ରାରେ ଆଖିରେ ଦେଖା ଯାଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ଆଖି ସମ୍ବନ୍ଧିତ ସମସ୍ୟା’କୁ କରୋନା ଭୂତାଣୁର ଲକ୍ଷଣ ବୋଲି ସୂଚନା ଦେଇଛି । ଏଥିରେ ଆଖିରେ ଦେଖା ଦେଉଥିବା ଗୋଟିଏ ଗୋଟିଏ ସମସ୍ୟାକୁ କରୋନା ଭୂତାଣୁର ଲକ୍ଷଣ ହିସାବରେ ଧରା ଯାଇଛି । ଯେମିତିକି ଆଖି ଲାଲ୍‌ ଦେଖାଯିବା, କୁଣ୍ଡେଇ ହେବା, ଦରଜ ଅନୁଭବ କରିବା, ମଳିନ ପଡିବା, ପାଣି ବହିବା ଏସବୁ କରୋନା ଭୂତାଣୁର ଲକ୍ଷଣ ।
ଅବଶ୍ୟ କେବଳ ଆଖିର ଏସବୁ ସମସ୍ୟାକୁ କରୋନା ଭୂତାଣୁର ଲକ୍ଷଣ ବୋଲି କୁହାଯିବ ନାହିଁ ଏହା ସହିତ ଅନ୍ୟ ଲକ୍ଷଣ ମଧ୍ୟ ରହିଥିବା ଆବଶ୍ୟକ ।

ଆଖିରେ ଭୂତାଣୁ କିପରି ପ୍ରବେଶ କରେ :

କରୋନା ଭୂତାଣୁ ଆଖି ବାଟ ଦେଇ ପ୍ରବେଶ କରି ପାରେ । ଏହା ରେଟିନା ଦେଇ ଶରୀରରକୁ ଆସିଥାଏ । ଆଖିର ଧଳାଭାଗ ଦେଇ ଶରୀରରେ ଭିତରକୁ ଆସେ । ବିଟା ଏବଂ ଡେଲଟା ଭୂତାଣୁ ଅପେକ୍ଷା ଓମିକ୍ରନ ଭୂତାଣୁ ଆଖିର ରେଟିନା ଦେଇ ଶରୀରରେ ଭିତରେ ପ୍ରବେଶ କରି କରୋନାରେ ସଂକ୍ରମିତ କରାଇଥାଏ ।

ଆଖିରେ ଲକ୍ଷଣ ଦେଖା ଗଲେ କିପରି ଯତ୍ନ ନେବେ :

କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ ଆଖିରେ ଦେଖା ଯାଉଥିବା ଲକ୍ଷଣ ଅଧିକ କଷ୍ଟଦାୟକ ନୁହେଁ । କିନ୍ତୁ ଆଉ କିଛି ଲୋକଙ୍କୁ ଏହି ଲକ୍ଷଣ ଅଧିକ କଷ୍ଟ ଦେଇଥାଏ । ଆଖିରେ ଦେଖା ଦେଉଥିବା ଏହି ଲକ୍ଷଣର ଘରୋଇ ଉପଚାର ମଧ୍ୟ କରାଯାଇ ପାରିବ । କିଛି ପାଣିକୁ ଗରମ କରିବା ପରେ ଏହାକୁ ଥଣ୍ଡା ହେବା ଯାଏ ଛାଡି ଦେବେ । ପାଣି ଥଣ୍ଡା ହେବାପରେ ଏକ କଟନ କପଡ଼ା ବୁଡେଇକି ଭଲ ଭାବରେ ଚିପୁଡି ଦେବେ ଏବଂ ସେହି ଓଦା କପଡାରେ ଆଖିକୁ ଧୀରେ ଧୀରେ ପୋଛିବେ । କଷ୍ଟରୁ ରକ୍ଷା ପାଇବା ପାଇଁ ଥଣ୍ଡା କପଡାକୁ ଆଖିରେ କିଛି ସମୟ ଲଗେଇକି ରଖି ପାରିବେ । ଏମିତି କଲେ ଆପଣଙ୍କୁ ଆରାମ ମିଳିବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.