ଲୁଟେରାଙ୍କ ସହ ଲଢ଼େଇ କଲେ ମା’ ଓ ଝିଅ, ଭାଇରାଲ ହେଉଛି ଭିଡିଓ

ଏହା ପରେ ଦୁହେଁ ଜୋର ଜବରଦସ୍ତ ଘରେ ପଶିଥିଲେ। ଘରେ ଥିବା ସମସ୍ତ ମୂଲ୍ୟବାନ ଜିନିଷକୁ ତାଙ୍କୁ ଦେବା ପାଇଁ ଘର ଲୋକଙ୍କୁ ଧମକାଇଥିଲେ । କିନ୍ତୁ ଘରେ ଥିବା ମା’ ଝିଅ ଏ ଲୁଟେରାମାନଙ୍କୁ ଟିକେ ବି ଭୟ ନକରି ନିଜ ସାହସର ପ୍ରମାଣ ଦେଇଥିଲେ ।

ହାଇଦ୍ରାବାଦ ସହରରେ ଜଣେ ମା’ ଏବଂ ଝିଅର ସାହସର ଦୃଶ୍ୟ ଦେଖିବାକୁ ମିଳିଛି । ମା’ ଓ ଝିଅ ମିଳିତ ଭାବେ ଦୁଇଜଣ ଲୁଟେରାଙ୍କ ସହ ଲଢ଼ିଥିଲେ। ଡକାୟତି ପାଇଁ ଆସିଥିବା ଦୁଇ ଜଣ ଅଭିଯୁକ୍ତ ଗୁରୁବାର ଅପରାହ୍ନରେ ତାଙ୍କ ଘରେ ପ୍ରବେଶ କରିଥିଲେ । ଏହା ପରେ ଘର ଲୋକ ଓ ଅପରାଧୀଙ୍କ ମଧ୍ୟରେ ଜୋରସୋରରେ ଲଢ଼େଇ ହୋଇଥିଲା । ଯାହାର ସିସିଟିଭି ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ଅନୁସାରେ ୪୨ ବର୍ଷୀୟ ଅମିତା ମେହେତା ଏବଂ ତାଙ୍କ ଝିଅ ଘରେ ଥିଲେ । ଅପରାହ୍ନ ଦୁଇଟା ସମୟରେ ଡୋର ବେଲ୍‌ ବାଜି ଉଠିଲା । ଘରେ ଥିବା ମହିଳା କର୍ମଚାରୀ କବାଟ ଖୋଲିବାକୁ ଯାଇଥିଲେ । ପରେ ଉକ୍ତ ଦୁଇ ଜଣ ଅପରାଧୀ ପାର୍ସଲ ଡେଲିଭରି ବାହାନାରେ ଘରେ ପଶିବା ପାଇଁ ଯୋଜନା କରିଥିଲେ । ତେବେ ମହିଳା ଜଣଙ୍କ ସେମାନଙ୍କୁ ବାହାରେ ଅପେକ୍ଷା କରିବାକୁ କହିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଶୁଶୀଲ ନାମକ ଜଣେ ଅଭିଯୁକ୍ତ ବନ୍ଧୁକ ବାହାର କରିଥିଲା ଏବଂ ତାର ସାଥୀ ପ୍ରେମଚାନ୍ଦ ମହିଳା କର୍ମଚାରୀଙ୍କ ବେକରେ ଛୁରୀ ଲଗାଇଥିଲା ।

ଏହା ପରେ ଦୁହେଁ ଜୋର ଜବରଦସ୍ତ ଘରେ ପଶିଥିଲେ। ଘରେ ଥିବା ସମସ୍ତ ମୂଲ୍ୟବାନ ଜିନିଷକୁ ତାଙ୍କୁ ଦେବା ପାଇଁ ଘର ଲୋକଙ୍କୁ ଧମକାଇଥିଲେ । କିନ୍ତୁ ଘରେ ଥିବା ମା’ ଝିଅ ଏ ଲୁଟେରାମାନଙ୍କୁ ଟିକେ ବି ଭୟ ନକରି ନିଜ ସାହସର ପ୍ରମାଣ ଦେଇଥିଲେ । ମା’ ଝିଅ ମିଳିତ ଭାବେ ଉକ୍ତ ଲୁଟେରାକୁ ଗୋଇଠା ମାରି ସାହାଯ୍ୟ ପାଇଁ ଚିଲେଇବାକୁ ଲାଗିଥିଲେ ।

ଘଟଣାର ସିସିଟିଭି ଭିଡିଓ ଏବେ ଭାଇରାଲ ହେଉଛି । ଦୁଇଜଣ ମହିଳା ଭୟଙ୍କର ଭାବେ ଉକ୍ତ ଲୁଟେରାଙ୍କ ସହ ଲଢ଼ିଥିଲେ । ଖସିଯିବାକୁ ଚେଷ୍ଟା କରୁଥିବା ଦୁଇ ଡକାୟତଙ୍କୁ ପଡୋଶୀମାନେ ଧରିଥିଲେ। ପୋଲିସ କହିବା ଅନୁସାରେ ଉଭୟ ଅଭିଯୁକ୍ତ ପ୍ରାୟ ଏକ ବର୍ଷ ପୂର୍ବେ ଏହି ଘରେ କାମ କରିଥିଲେ। ଅମିତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି। ଡେପୁଟି କମିଶନର ଅଫ୍ ପୋଲିସ୍ ରୋହିଣୀ ପ୍ରିୟଦର୍ଶିନୀ ଉକ୍ତ ମା’ ଓ ଝିଅଙ୍କୁ ସମ୍ମାନିତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.