ଦୀର୍ଘ ୧୫ ମାସ ପରେ ପଡ଼ିଆକୁ ଫେରିବେ ଋଷଭ ପନ୍ତ, ଆଜି ଆଇପିଏଲ୍ ମ୍ୟାଚରେ ଦେଖାଇବେ କମାଲ

ଫେରୁଛନ୍ତି ଋଷଭ ପନ୍ତ । ଆଜି ଆଇପିଏଲ୍ ମ୍ୟାଚରେ ଦେଖାଇବେ କମାଲ । ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ୩ଟା ୩୦ରେ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସ ଏକାଦଶ ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚରେ ସମସ୍ତଙ୍କ ନଜର ରହିଛି ଦିଲ୍ଲୀ କ୍ୟାପିଟାଲସ ୱିକେଟକିପର/ବ୍ୟାଟର ଋଷଭ ପନ୍ତଙ୍କ ଉପରେ ।

ଫେରୁଛନ୍ତି ଋଷଭ ପନ୍ତ । ଆଜି ଆଇପିଏଲ୍ ମ୍ୟାଚରେ ଦେଖାଇବେ କମାଲ । ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ୩ଟା ୩୦ରେ ପ୍ରଥମ ମ୍ୟାଚରେ ପଞ୍ଜାବ କିଙ୍ଗସ ଏକାଦଶ ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚରେ ସମସ୍ତଙ୍କ ନଜର ରହିଛି ଦିଲ୍ଲୀ କ୍ୟାପିଟାଲସ ୱିକେଟକିପର/ବ୍ୟାଟର ଋଷଭ ପନ୍ତଙ୍କ ଉପରେ । ଭୟଙ୍କର କାର୍ ଦୁର୍ଘଟଣାରେ ଆହତ ହୋଇ ଦୀର୍ଘ ୧୫ ମାସ ହେବ ଚିକିତ୍ସାଧୀନ ଥିଲେ ପନ୍ତ । ଏବେ ସୁସ୍ଥ ହୋଇ ଫେରିଛନ୍ତି । ଯଦିଓ ବିସିସିଆଇ ପନ୍ତଙ୍କୁ ଫିଟ୍ ଘୋଷଣା କରିଛି ଏବଂ ସେ ୱିକେଟ୍ କିପିଂ କରି ପାରିବେ ବୋଲି କହିଛି ତଥାପି ଦିଲ୍ଲୀ କ୍ୟାପିଟାଲସ ତାଙ୍କୁ କିପିଂ କରାଇବ ନାହିଁ । କେବଳ ସେ ବ୍ୟାଟିଂ କରିବେ ବୋଲି ସୂଚନା ମିଳିଛି । ଏତେଦିନ ପରେ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରୁଥିବାରୁ ପନ୍ତ ଖୁବ୍ ଉତ୍ସାହିତ ଅଛନ୍ତି । ଟିକେ ନର୍ଭସ ଥିବା ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ।

ମୋହାଲିରେ ନୂତନ ଭାବେ ନିର୍ମାଣ ହୋଇଥିବା ମୁଲନପୁର ସ୍ଥିତ ମହାରାଜା ଯାଦବିନ୍ଦ୍ର ସିଂହ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ତେବେ ଆଇପିଏଲର ୧୬ଟି ସଂସ୍କରଣ ଭିତରୁ ଦିଲ୍ଲୀ ଦଳ ଥରେ ମାତ୍ର ଫାଇନାଲକୁ ଯାଇ ପାରିଛି । ୨୦୨୦ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରି ରନର୍ସଅପ୍ ହୋଇଥିଲା । ଦିଲ୍ଲୀ ଦଳ ପୃଥ୍ବୀ ସ, ଡେଭିଡ୍ ୱାର୍ଣ୍ଣର, ମିଚେଲ ମାର୍ଶ, ଅକ୍ଷର ପଟେଲ, କୁଲଦୀପ ଯାଦବ, ମୁକେଶ କୁମାରଙ୍କ ଭଳି ନାମୀ ଖେଳାଳିଙ୍କୁ ନେଇ ବେଶ୍ ଶକ୍ତିଶାଳୀ ।

ସେପଟେ ପଞ୍ଜାବ କିଙ୍ଗସ ର ନେତୃତ୍ବ ନେଉଥିବା ଶିଖର ଧବନଙ୍କ ଉପରେ ଚାପ ରହିଛି । କାରଣ ସେ ଅନେକ ଦିନ ହେବ କୌଣସି ପ୍ରତିଯୋଗିତାରେ ଖେଳି ନାହାନ୍ତି । ତାଙ୍କ ଦଳର ପ୍ରମୁଖ ଖେଳାଳି ଭାବେ ରହିଛନ୍ତି ଜନୀ ବେୟାରେଷ୍ଟୋ, ସାମ କୁରାପନ, ହର୍ସଲ ପଟେଲ, ରାବଡ଼ା, ଅର୍ଶଦୀପଙ୍କ ଭଳି ଖେଳାଳି ।
ତେବେ ଜୟ ପରାଜୟରେ ଉଭୟଙ୍କ ରେକର୍ଡ଼ ପୂରା ସମାନ । ଦୁଇ ଦଳ ଆଇପିଏଲରେ ମୋଟ ୩୨ଟି ମ୍ୟାଚ୍ ଖେଳିଛନ୍ତି । ସେଥିରୁ ଦିଲ୍ଲୀ ୧୬ ଏବଂ ପଞ୍ଜାବ ୧୬ ଥର ବିଜୟୀ ହୋଇଛନ୍ତି । ଗତ ସିଜିନରେ ଶେଷଥର ଦୁଇ ଦଳ ଭେଟିଥିବା ମ୍ୟାଚରେ ଦିଲ୍ଲୀ ୧୫ ରନରେ ଜିତିଥିଲା । ଆଜିର ଦ୍ବିତୀୟ ମ୍ୟାଚ୍ ରାତି ୭ଟା ୩୦ରେ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.