ଶ୍ରୀମନ୍ଦିର ଭିତରେ ନଜର ଆସିଲେ ମହିଳା ବିଦେଶୀ ପର୍ଯ୍ୟଟକ, ସିଂହଦ୍ଵାର ଥାନାରେ ଅଟକ

ଶ୍ରୀମନ୍ଦିର ଭିତରେ ନଜର ଆସିଲେ ମହିଳା ବିଦେଶୀ ପର୍ଯ୍ୟଟକ । ବାଇଶିପାହାଚ ନିକଟରୁ ସେବାୟତଙ୍କ ଦ୍ୱାରା ବିଦେଶୀନିଙ୍କୁ ଚିହ୍ନଟ କରାଯାଇଛି। ଅଟକ ମହିଳା ପୋଲାଣ୍ଡ ନାଗରିକ ।

ପୁରୀ (କେନ୍ୟୁଜ):  ଶ୍ରୀମନ୍ଦିରରୁ ବିଦେଶୀ ମହିଳା ପର୍ଯ୍ୟଟକ ଅଟକ । ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ମହିଳା ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଥିବା ବେଳେ ସେବାୟତଙ୍କ ଦ୍ୱାରା ଚିହ୍ନଟ ପରେ ପର୍ଯ୍ୟଟକ ଜଣଙ୍କ ସିଂହଦ୍ଵାର ଥାନାରେ ଅଟକ ଅଛନ୍ତି । ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡ ନାଗରିକ ହୋଇଥିବା ସୂଚନା । ସେ ଶ୍ରୀମନ୍ଦିର ଭିତରକୁ କେଉଁ କାରଣ ହେତୁ ପ୍ରବେଶ କଲେ ସେନେଇ ଅନୁସନ୍ଧାନ କରୁଛି ପୋଲିସ।

ତେବେ ବିଦେଶିନୀଙ୍କ ସହିତ ଅନ୍ୟ ଜଣେ ଯୁବକ ମଧ୍ୟ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ । ବାଇଶିପାହାଚ ନିକଟରୁ ବିଦେଶୀନି ଜଣଙ୍କୁ ସେବାୟତ ଓ ପୋଲିସ କର୍ମଚାରୀ ମାନେ ଉଦ୍ଧାର କରିଥିବା ବେଳେ ସେ ଏକ ଦଳ ସହ ଶ୍ରୀମନ୍ଦିର ଭିତରକୁ ପଶି ଯାଇଥିବା ଜଣାପଡିଛି।ତେବେ ତାଙ୍କର ପାସପୋର୍ଟ ଯାଞ୍ଚ କରାଯାଉଠିବ ବେଳେ ସଂପୃକ୍ତ ବିଦେଶିନୀ ଜଣଙ୍କ ୨୦୨୩ ରେ ମଧ୍ୟ ଭାରତକୁ ଆସିଥିବା ଅତିରିକ୍ତ ଏସପି ସୁଶୀଲ ମିଶ୍ରଙ୍କ ସୂଚନା ଦେଇଛନ୍ତି। ପ୍ରଶାସନ ଓ ପୋଲିସର କଡା ସୁରକ୍ଷା ପରେ ବି ବାରମ୍ବାର ଏପରି ବିଦେଶୀ ପର୍ଯ୍ୟଟକ ମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି ଯାହା ଏବେ ଚିନ୍ତାର କାରଣ ପାଲଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.