ମା’ ନାଁରେ କଳଙ୍କ, ନିଜ ଅସୁନ୍ଦର ନାକକୁ ସୁନ୍ଦର କରିବା ପାଇଁ ପାଞ୍ଚ ଦିନର ଛୁଆକୁ ବିକିଦେଲା

ଆଜିର ଦିନରେ ଯଦି ଗୋଟିଏ ସମ୍ପର୍କର ମହତ୍ତ୍ୱ ଅଧିକ ଅଛି ତାହା ହେଉଛି ମା ଓ ଶିଶୁର ସମ୍ପର୍କ । ନିଜ ଛୁଆକୁ ଜଣେ ମା’ ହିଁ ନିସ୍ଵାର୍ଥପର ଭଲ ପାଇବା ଦେଇଥାଏ । କିନ୍ତୁ ରୁଷର ଜଣେ ମା’ ଏମିତି କାମ କରିଛନ୍ତି ଯାହା ଲଜ୍ଜ୍ୟାର ଚରମସୀମାକୁ ପାର କରିଛି । ନିଜର କେବଳ ଗୋଟିଏ ସଉକ ପୁରା କରିବା ପାଇଁ ମା’ ନିଜ ଛୁଆକୁ ବିକ୍ରି କରିଦେଇଛନ୍ତି । ଏମିତି ଏକ ଘଟଣା ବିଷୟରେ ଶୁଣି ବିଶ୍ୱାସ ଓ ଭଲପାଇବା ଉପରୁ ନିଶ୍ଚିତ ରୂପେ ଆପଣଙ୍କ ବିଶ୍ୱାସ ଉଠିଯିବ । ରୁଷର ଜଣେ ମା’ ନିଜ ୫ ଦିନର ନବଜାତକକୁ କେବଳ ଏଥିପାଇଁ ବିକ୍ରି କରିଦେଇଛନ୍ତି ଏଥିରୁ କିଛି ଟଙ୍କା ମିଳିଲେ ସେ ନିଜ ଅସୁନ୍ଦର ନାକକୁ ଟିକେ ସୁନ୍ଦର କରିପାରିବେ । ମହିଳା ଜଣଙ୍କୁ ଦକ୍ଷିଣ ରୁଷରୁ ହ୍ୟୁମାନ ଟ୍ରଫିକିଙ୍ଗ ଆରୋପରେ ଗିରଫ କରାଯାଇଛି ।

ନିଜ ଜନ୍ମ କଲା ଛୁଆକୁ ବିକି ନିଜ ସୌନ୍ଦର୍ଯ୍ୟକୁ ବଢାଇବା ନେଇ ତାଙ୍କ ଉପରେ ଆରୋପ ଲାଗିଛି । ଏହି ଘଟଣାଟି Dagestan ଅଞ୍ଚଳରେ ଘଟିଛି । ସ୍ଥାନୀୟ ମିଡ଼ିଆ ଘଟଣାକୁ ପରଦା ଉପରକୁ ଆଣିଛନ୍ତି । ମହିଳା ଜଣଙ୍କ ନିଜ ଛୁଆକୁ ୩ ହଜାର ରୁଷୀୟ ଡ଼ଲାର କିମ୍ବା ୨ ଲକ୍ଷ ୮୩ ହଜାରରୁ ଅଧିକ ଟଙ୍କାରେ ବିକ୍ରି କରିଛନ୍ତି । ପ୍ରଥମ କିସ୍ତି ବାବଦରେ ତାଙ୍କୁ ୨୫ ହଜାର ଟଙ୍କା ମିଳିଥିଲା । କୁହାଯାଉଛିକି ବିକ୍ରି ପରେ ଶିଶୁଟି ରୋଗଗ୍ରସ୍ତ ହୋଇଯାଇଥିଲା । ତାକୁ ଯିଏ କିଣିଥିଲେ ସେ ତାର ମେଡିକାଲ ରିପୋର୍ଟ ଚାହୁଁଥିଲେ । ଦ୍ଵିତୀୟ କିସ୍ତିରେ ବିକ୍ରେତାଙ୍କୁ ପାଖାପାଖି ୧ ଲକ୍ଷ ୨୯ ହଜାର ଟଙ୍କା ଦେବାର ଥିଲା । କିନ୍ତୁ ଘଟଣା ବିଷୟରେ ପଦାକୁ ଆସିବା ପରେ ପୋଲିସ ଛୁଆଟିକୁ କିଣିଥିବା ଦମ୍ପତିଙ୍କୁ ଗିରଫ କରିଥିଲା । ଆଉ ଏହି ଦମ୍ପତି ପୋଲିସ ନିକଟରେ ସବୁ କଥା ସ୍ୱୀକାର କରିନେଇଥିଲେ ।

ଏହା ପରେ ଆରୋପି ମା’ ଙ୍କ ଉପରେ ଏକ କ୍ରିମିନାଲ କେଶ ଦର୍ଜ ହୋଇଛି । ଆଉ ଏହାପରେ ଘଟଣାର ତନାଘନା ଆରମ୍ଭ ହୋଇଯାଇଛି । ତଦନ୍ତରୁ ଜଣାଯାଇଛିକି ମହିଳା ଜଣଙ୍କ ଶିଶୁଟିକୁ ଏପ୍ରିଲ ୨୫
ତାରିଖରେ ଜନ୍ମ ଦେଇଥିବା ବେଳେ ତାକୁ ୩୦ ତାରିଖ ଦିନ ବିକ୍ରି କରିଦେଇଥିଲେ । ସେହି ସମୟରେ ପିଲାଟିକୁ ବିକି ସେ ନିଜ ପ୍ରଥମ କିସ୍ତି ନେଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.