ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ! ରିଲାଏନ୍ସ ଫାଉଣ୍ଡେସନ ନମ୍ବରକୁ କଲ୍‌ କରି ଦୁର୍ବୃତ୍ତ କହିଲେ, ‘୩ ଘଣ୍ଟାରେ ପୂରା ପରିବାରକୁ ଶେଷ କରିଦେବୁ’

ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ପରିବାରକୁ ମିଳିଛି ହତ୍ୟା ଧମକ। ମିଡିଆ ରିପୋର୍ଟ ମୁତାବକ, ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଡିସ୍‌ପ୍ଲେ ନମ୍ବରକୁ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଛି। କଲର୍‌ ଜଣକ ଅମ୍ବାନୀଙ୍କ ପୂରା ପରିବାରକୁ ୩ ଘଣ୍ଟାରେ ଶେଷ କରିଦେବାକୁ ଧମକ ଦେଇଛନ୍ତି। ଏହାପରେ ହସ୍ପିଟାଲ ମ୍ୟାନେଜମେଣ୍ଟ ପକ୍ଷରୁ ଏ ନେଇ ଡିବି ମାର୍ଗ ଥାନାରେ ଅଭିଯୋଗ କରାଯାଇଛି।

ଅଭିଯୋଗ ପରେ ଅମ୍ବାନୀଙ୍କ ପରିବାରର ସୁରକ୍ଷାକୁ କଡ଼ାକଡ଼ି କରି ଦିଆଯାଇଛି। ସେପଟେ ପୋଲିସ ଏହି କଲ୍‌ ରେକର୍ଡକୁ ତନତନ ଯାଞ୍ଚ କରୁଛି। କହି ରଖୁଛୁ, ଏଥି ପୂର୍ବରୁ ମୁକେଶ ଅମ୍ବାନୀଙ୍କ ବଙ୍ଗଳା ‘ଆଣ୍ଟିଲିଆ’ ପାଖରେ ବିସ୍ଫୋରକପୂର୍ଣ୍ଣ କାର୍‌ ମିଳିଥିଲା। ଏହି ମାମଲାରେ ମୁମ୍ବାଇ ପୋଲିସର ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ୍‍ ସଚିନ୍‌ ବଝେଙ୍କ ନାମ ସାମ୍ନାକୁ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.