ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀ ସାଧନାଙ୍କ ପରଲୋକ, ହୃତପିଣ୍ଡ ରୋଗରେ ଥିଲେ ପୀଡିତ

ମୁଲାୟମ ସିଂହ ଯାଦବଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନା ଯାଦବଙ୍କ ପରଲୋକ ହୋଇଛି । ଗତ କିଛି ଦିନ ହେବ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା। ସ୍ୱାସ୍ଥ୍ୟବସ୍ଥା ଅଧିକମାତ୍ରାରେ ବିଗିଡ଼ିବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ତାଙ୍କର ଦେହାନ୍ତ ଖବର ଶୁଣି ମେଦାନ୍ତ ହସ୍ପିଟାଲ ଅଭିମୁଖେ ବାହାରି ଯାଇଛନ୍ତି ମୁଲାୟମ ସିଂହ ଯାଦବ । ପରିବାରର ଅନ୍ୟ ସଦସ୍ୟମାନେ ବି ହସ୍ପିଟାଲରେ ପହଞ୍ଚିବାର ଅନୁମାନ କରାଯାଉଛି ।

ସାଧନା ଯାଦବ ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ପତ୍ନୀ। ମୁଲାୟମ ସଂ ଯାଦବ ତାଙ୍କ ଠାରୁ ୨୦ ବର୍ଷ ସାନ ସାଧନାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସାଧନା ଅନେକ ଦିନ ହୃତପିଣ୍ଡ ଜନିତ ରୋଗରେ ପୀଡିତ ଥିଲେ। ଗତ ୪ ଦିନ ହେଲାଣି ସେ ଆଇସିୟୁରେ ରହିଥିଲେ। ଅତ୍ୟାଧୁନିକ ଚିକିତ୍ସା ମିଳିବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହୋଇନଥିଲା।

ସାଧନା ଯାଦବଙ୍କ ମୃତ୍ୟୁରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଶୋକ ବ୍ୟକ୍ତ କରି ଟ୍ଵିଟ୍‌ କରିଛନ୍ତି।

୨୦୦୩ ପର୍ଯ୍ୟନ୍ତ ସାଧନା ଗୁପ୍ତାଙ୍କ ବିଷୟରେ ବହୁତ କମ୍‌ ଲୋକ ଜାଣିଥିଲେ। କିନ୍ତୁ ମୁଲାୟମ ସିଂଙ୍କ ପ୍ରଥମ ପତ୍ନୀ ତଥା ଅଖିଳେଶ ଯାଦବଙ୍କ ମା’ ମାଳତୀ ଯାଦବଙ୍କ ପରଲୋକ ପରେ ଦ୍ୱିତୀୟ ବିବାହ ପରେ ବେଶି ପରିଚିତ ହୋଇଥିଲେ ସାଧନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.