ନ୍ୟୁୟର୍କ ବିମାନ ବନ୍ଦରରେ ଅଳ୍ପକେ ବର୍ତ୍ତିଲା ଏୟାରଇଣ୍ଡିଆ ବିମାନ

ନୂଆଦିଲ୍ଲୀ : ବଡ଼ ସମସ୍ୟାରୁ ବର୍ତ୍ତିଲା ଏୟାରଇଣ୍ଡିଆ ୭୭୭-୩୦୦ ବିମାନ । ବିମାନରେ ଯାନ୍ତ୍ରିକ ତ୍ରୁଟି ଓ ଇନ୍ଧନ ସରି ଆସିବା କାରଣରୁ ଏହି ବିମାନକୁ ନ୍ୟୁୟର୍କର ଜନ ଏଫ୍ କେନେଡ଼ି ବିମାନ ବନ୍ଦରରେ ଓହ୍ଲାଇବାକୁ ପଡ଼ିଲା । ଏଥିରେ ଥିଲେ ୩୭୦ ଜଣ ଯାତ୍ରୀ । ଦିଲ୍ଲୀରୁ ଲଗାତର ୧୫ ଘଣ୍ଟା ଧରି ଯାତ୍ରା କରିବା ପରେ ଏଥିରେ କିଛି ତ୍ରୁଟି ଦେଖା ଦେଇଥିଲା । ପୁଣି ଇନ୍ଧନ ସରି ଆସୁଥିଲା । ତେଣୁ ପାଇଲଟ୍ ପାଖରେ ଥିବା ଜନ କେନେଡି ବିମାନ ବନ୍ଦରରେ ଏହାକୁ ଓହ୍ଲାଇବା ପାଇଁ ସ୍ଥିର କରିଥିଲେ । ହେଲେ ସେତେବେଳେ ସେଠାରେ ପାଗ ଖରାପ ଥିଲା ଏବଂ ଟ୍ରାଫିକ୍ ସିଗନାଲ ମିଳିଲା ନାହିଁ । ପାଖରେ ଆଉ ଏକ ବିମାନ ବନ୍ଦରରେ ଓହ୍ଲାଇବାକୁ ଚାହିଁଥିଲେ । ସେଠାରେ ମଧ୍ୟ ପାଗ ଆହରି ଖରାପ ଥିଲା । ଏପଟେ ପାଗ ଖରାପ ବେଳେ ଲ୍ୟାଣ୍ଡିଂ ପାଇଁ ଯେଉଁ ବ୍ୟବସ୍ଥା ରହିବା କଥା ତାହା କାମ କଲା ନାହିଁ । ପାଇଲଟ୍ ସମେତ ସମସ୍ତ ଯାତ୍ରୀ ମଧ୍ୟ ଡରି ଯାଇଥିଲେ । ତେବେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହିତ ଅନେକ ସମୟ ଧରି ପାଇଲଟ୍ ଓ କୋ-ପାଇଲଟ୍ କଥା ହେବା ପରେ ଶେଷରେ ସେଇ ଖରାପ ପାଗରେ ବିମାନଟି ନ୍ୟୁୟର୍କ ବିମାନ ବନ୍ଦରରେ ନିରାପଦରେ ଅବତରଣ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.