୧୦ ଦିନ ହେଲାଣି ଅନ୍ଧାରୀ ସୁଡ଼ଙ୍ଗ ଭିତରେ ଫସିଛି ଜୀବନ, ଉଦ୍ଧାର ଅପେକ୍ଷାରେ ୪୧ ଶ୍ରମିକ

ଦିନ ପରେ ଦିନ ବିତୁଛି । ୧୦ ଦିନ ହେଲାଣି, ସରୁନି କାମ । ଉତ୍ତରକାଶୀରେ ଟନେଲ୍ ଧ୍ବଂସାବଶେଷ ତଳେ ଉଦ୍ଧାର ଅପେକ୍ଷାରେ ୪୧ ଶ୍ରମିକ । ଏପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧାର ପାଇଁ କୌଣସି ଯୋଜନା ସଫଳ ହୋଇନାହିଁ । ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ଲାଗି ଡାଏଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି । ଡାଏଟ ଚାର୍ଟ ଅନୁସାରେ ସେମାନଙ୍କୁ ସେଓ, ଦଲିଆ, ଖେଚୁଡି ଭଳି ହାଲୁକା ଖାଦ୍ୟ ଦିଆଯାଇଛି ।

ନୂଆଦିଲ୍ଲୀ : ଦିନ ପରେ ଦିନ ବିତୁଛି । ୧୦ ଦିନ ହେଲାଣି, ସରୁନି କାମ । ଉତ୍ତରକାଶୀରେ ଟନେଲ୍ ଧ୍ବଂସାବଶେଷ ତଳେ ଉଦ୍ଧାର ଅପେକ୍ଷାରେ ୪୧ ଶ୍ରମିକ । ଏପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧାର ପାଇଁ କୌଣସି ଯୋଜନା ସଫଳ ହୋଇନାହିଁ । ସୁଡଙ୍ଗରେ ଅଗର ମେସିନ୍ ଦ୍ବାରା ଚାଲିଥିବା ଡ୍ରିଲିଂ କାମ ଏବେ ବନ୍ଦ ରହିଛି । ସୁରକ୍ଷିତ ରେସକ୍ୟୁରେ ଲାଗିଛନ୍ତି ବିଭିନ୍ନ ସଂସ୍ଥା ସହ ଅନ୍ତର୍ଜାତୀୟ ଟନେଲ୍ ଏକ୍ସପର୍ଟ । ଅତ୍ୟାଧୁନିକ ଯନ୍ତ୍ରପାତି ବି ଲାଗିଛି ।

ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ ଫୋନରେ ଆଲୋଚନା କରିଛନ୍ତି । ଉଦ୍ଧାର କାର୍ଯ୍ୟ ସମ୍ପର୍କିତ ତଥ୍ୟ ପଚାରି ବୁଝିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ଧାର ପାଇଁ ଆବଶ୍ୟକ ସମସ୍ତ ସାଧନ ଯୋଗାଇ ଦିଆଯାଉଛି । କେନ୍ଦ୍ର ଏବଂ ରାଜ୍ୟର ଏଜେନ୍ସି ସହ ସମନ୍ୱୟ ରକ୍ଷା କରାଯାଇ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଚଷ୍ଟା ଚାଲିଛି । ଫସି ରହିଥିବା ଶ୍ରମିକମାନଙ୍କୁ ମନୋବଳ ଦୃଢ କରିବାକୁ ପଡିବ ।

ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ଲାଗି ଡାଏଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି । ଡାଏଟ ଚାର୍ଟ ଅନୁସାରେ ସେମାନଙ୍କୁ ସେଓ, ଦଲିଆ, ଖେଚୁଡି ଭଳି ହାଲୁକା ଖାଦ୍ୟ ଦିଆଯାଇଛି । ଏଥିସହିତ ଅକ୍ସିଜେନ ସହ ଔଷଧପତ୍ର ଦିଆଯାଉଛି । ମଲ୍ଟି ଭିଟାମିନ ସହ ଅବସାଦନିରୋଧ ଔଷଧ ମଧ୍ୟ ଯୋଗାଇ ଦିଆଯାଉଛି । ଏ ସମସ୍ତ ଜିନିଷ ଏକ ଚାରିଇଞ୍ଚର ପାଇପ ଦ୍ୱାରା ଶ୍ରମିକଙ୍କ ପାଖକୁ ପଠାଯାଉଛି ।

ଗତ ୧୬ ତାରିଖରେ ଭୂକମ୍ପ ହେବା ଯୋଗୁ ଭୟଭୀତ ଅଛନ୍ତି ଶ୍ରମିକ । ସୁଡଙ୍ଗ ଭିତରକୁ ଯିବାକୁ ସେମାନଙ୍କ ପାଇଁ ପୃଥକ ସୁଡଙ୍ଗ ନିର୍ମାଣ କରାଯାଉଛି । ଏବେ ୫ ସୁତ୍ରୀ ଯୋଜନାରେ କାମ ଚାଲିଛି ।ଉଦ୍ଧାର ପାଇଁ ଆହୁରି ୩-୪ ଦିନ ଲାଗିପାରେ । ଏଭିତରେ ରେସକ୍ୟୁ ଅପରେସନ ପାଇଁ ଡିଆରଡିଓର ରୋବୋଟିକ୍ସ ମେସିନ ଟିମ୍ ଆସି ପହଞ୍ଚିଛି । ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞଙ୍କ ସହ ଏଣ୍ଡେସ୍କୋପି ଭଳି ଏକ କ୍ୟାମେରା ମଧ୍ୟ ମଗାଯାଇଛି । ଏହାଦ୍ବାରା ସୁଡଙ୍ଗ ମଧ୍ୟରେ ଫସିଥିବା ଶ୍ରମିକଙ୍କୁ ଦେଖିହେବ । ଅନ୍ୟପଟେ ଡଣ୍ଡଲଗାଓଁ ପଟୁ ଭର୍ଟିକାଲ ଡ୍ରିଲିଂ ଲାଗି କାମ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.