Below header

ସାଙ୍ଗକୁ ହତ୍ୟା କରିବା ପରେ ସାଙ୍ଗ ସ୍ତ୍ରୀ ସହିତ ରଖିଲା ସଂପର୍କ, ଦୁଇବର୍ଷ ପରେ ତାକୁ ବି ମାରିଦେଲା ଯୁବକ

ଉତ୍ତରପ୍ରଦେଶର ଇଟଓ୍ଵା ଥାନା ଉସରାହାର ଅଞ୍ଚଳରେ ୨୨ ଜୁନରେ ଜଣେ ମହିଳାଙ୍କ ମୃତଦେହ ଏକ ନାଳରୁ ଉଦ୍ଧାର କରାଯାଇଥିଲା। ପୋଲିସ ତଦନ୍ତରୁ ଜଣାପଡିଥିଲା ଯେ ମହିଳା ଜଣକ ରାଜସ୍ଥାନ ଅଞ୍ଚଳର। ଆଉ ତାଙ୍କର ଦୁଇଟି ପିଲା ମଧ୍ୟ ରହିଛନ୍ତି। ହେଲେ ମହିଳା ଜଣକ ରାଜସ୍ଥାନରୁ କିଭଳି ଉତ୍ତରପ୍ରଦେଶ ଆସିଥିଲା, ତାହାକୁ ନେଇ ପୋଲିସର ମୁଣ୍ଡବ୍ୟଥା ରହିଥିଲା।

ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା କି, ମହିଳା ଜଣକୁ ପ୍ରେମିକ ଗୁଳି କରି ହତ୍ୟା କରିଛି। ସେହି ମହିଳାଙ୍କ ପ୍ରେମିକ ଏକ ଟ୍ରାଭେଲ ଏଜେନ୍ସି୍‌ି ଡ୍ରାଇଭର ରହିଥିଲା। ଟ୍ରାଭେଲ ଏଜେନ୍ସିରେ କାମ କରୁଥିବା ବ୍ୟକ୍ତି ଜଣକ ଉସରାହାର ଅଞ୍ଚଳରେ ରହୁଥିଲେ। ଆଉ ମୃତ ମହିଳା ଜଣକ ଦୁଇ ପିଲାଙ୍କୁ ଧରି ସେହି ଡ୍ରାଇଭରଙ୍କ ପତ୍ନୀ ଭାବେ ରହୁଥିଲେ। ମୃତ ମହିଳାଙ୍କ ପରିବାର ଲୋକେ ଦୁଇବର୍ଷ ପୂର୍ବେ ପିଲା ଏବଂ ମହିଳାଙ୍କ ନିଖୋଜ ରିପୋର୍ଟ ଦାଏର କରିଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପାରିଛି।

ପୋଲିସର କହିବା ମୁତାବକ, ଗଜେନ୍ଦ୍ର ନାମକ ଜଣେ ଯୁବକ ପତ୍ନୀ ମିଥିଲେଶ ସହିତ ନୋଏଡାରେ ରହୁଥିଲେ। ଏକ ଟ୍ରାଭେଲ ଏଜେନ୍ସୀରେ ଗଜେନ୍ଦ୍ର ଏବଂ ସତୀଶ ଦୁହେଁ ଡ୍ରାଇଭର ଥିଲେ। ଦୁହିଁଙ୍କ ମଧ୍ୟରେ ବନ୍ଧୁତା ରହିଥିଲା। ତେଣୁ ପରସ୍ପରର ଘରକୁ ଯିବା ଆସିବା କରୁଥିଲେ ଉଭୟ। ଏହାପରେ ସତୀଶ ଗଜେନ୍ଦ୍ରଙ୍କ ପତ୍ନୀ ମିଥିଲେଶଙ୍କୁ ପ୍ରେମ କରିବା ଆରମ୍ଭ କରିଦେଲେ। ଏହାପରେ ସତୀଶ, ଗଜେନ୍ଦ୍ରଏବଂ ମିଥିଲେଶ ବୁଲିବାକୁ ଇଟାଓ୍ଵା ଯାଇଥିଲେ। ସତୀଶଙ୍କ ସହିତ ମିଶି ମିଥିଲେଶ ସ୍ୱାମୀ ଗଜେନ୍ଦ୍ରଙ୍କୁ ପ୍ରଚୁର ମଦ ପିଆଇ ଗାଡିରେ ବସାଇ ସିଟ୍‌ ବେଲ୍ଟ ବାନ୍ଧି କାରକୁ ନଦୀରେ ପକାଇଦେଇଥିଲେ।

ଗଜେନ୍ଦ୍ରଙ୍କ ଶବକୁ ପରେ ପୋଲିସ ଉଦ୍ଧାର କରିଥିଲା। ଆଉ ପୋଷ୍ଟମର୍ଟମ ରିପୋର୍ଟରେ ଗଜେନ୍ଦ୍ର ବୁଡି ମୃତ୍ୟୁବରଣ କରିଥିବା ଆସିଥିଲା। ଏହା ପରେ ମିଥିଲେଶ ଦୁଇମାସ ପାଇଁ ରାଜସ୍ଥାନକୁ ନିଜ ଶ୍ୱଶୁର ଘରକୁ ଚାଲିଯାଇଥିଲେ। ସେଠାରୁ ଦୁଇ ପିଲା ସହିତ ସତୀଶ ସହିତ ଇଟାଓ୍ଵାରେ ରହୁଥିଲେ। ସେଠାରେ ଦୁହେଁ ପତ୍ନୀ ପତି ହୋଇ ରହୁଥିଲେ। ଦୁଇବର୍ଷ ରହିବା ପରେ ସତୀଶ ମିଥିଲେଶଙ୍କ ଉପରେ ସନ୍ଦେହ କରିବାକୁ ଲାଗିଲେ। ଅନ୍ୟକାହା ସହିତ ମିଥିଲେଶ ଅବୈଧ ସମ୍ପର୍କ ରଖିଥିବା ସନ୍ଦେହ କରି ପୂଜା ବାହାନାରେ ମନ୍ଦିରକୁ ଡାକିନେଇଥିଲେ। ସେଠାରେ ନିକଟରେ ଥିବା ଜଙ୍ଗଲକୁ ଡାକିନେଇ ଗୁଳିକରି ହତ୍ୟା କରିବା ପରେ ଶବକୁ ନାଳରେ ଫୋପାଡିଦେଇଥିଲେ। ଏହି ଘଟଣାରେ ପୋଲିସ ସତୀଶଙ୍କୁ ଗିରଫ କରି ଜେଲ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.