ତାମିଲନାଡୁର ସରକାରୀ କଲେଜରେ ଲାଗିବ ନାପକିନ୍‌ ଭେଣ୍ଡିଂ ମେସିନ, ସରକାର କରୁଛନ୍ତି ଯୋଜନା

ରାଜ୍ୟର ସମସ୍ତ ସ୍କୁଲରେ ନାପକିନ୍‌ ଭେଣ୍ଡିଂ ମେସିନ ଲଗାଇବା ପରେ ସମସ୍ତ କଳା ଏବଂ ବିଜ୍ଞାନ କଲେଜରେ ନାପକିନ୍‌ ଭେଣ୍ଡି ମେସିନ ଲାଗାଇବାକୁ ଯୋଜନା କରୁଛନ୍ତି ତାମିଲନାଡୁ ସରକାର ।

ରାଜ୍ୟର ସରକାରୀ ବିଦ୍ୟାଳୟରେ ନାପକିନ୍ ଭେଣ୍ଡିଂ ମେସିନ୍ ଲଗାଇବା ପରେ ତାମିଲନାଡୁ ସରକାର ରାଜ୍ୟର ସମସ୍ତ ସରକାରୀ କଳା ଏବଂ ବିଜ୍ଞାନ ମହାବିଦ୍ୟାଳୟରେ ନାପକିନ୍ ଭେଣ୍ଡିଂ ମେସିନ୍ ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ କେବଳ କିଛି ସରକାରୀ କଲେଜରେ ନାପକିନ୍ ଭେଣ୍ଡିଂ ମେସିନ୍ ଲାଗିଛି।

ଉଚ୍ଚଶିକ୍ଷା ବିଭାଗ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଋତୁସ୍ରାବ ଯୋଗୁଁ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ସରକାରୀ କଲେଜଗୁଡ଼ିକରେ ଛାତ୍ରୀମାନଙ୍କର ଉପସ୍ଥାପନା ହ୍ରାସ ପାଇଛି । ଋତୁସ୍ରାବ ସମୟରେ ଯନ୍ତ୍ରଣା ଏବଂ ଅସୁବିଧା ହେତୁ ଅନେକ ଛାତ୍ରୀ କଲେଜ ଆସନ୍ତି ନାହିଁ। ଏହି କାରଣରୁ ସମସ୍ତ ସରକାରୀ କଲେଜରେ ନାପକିନ୍ ଭେଣ୍ଡିଂ ମେସିନ୍ ସ୍ଥାପନ କରିବା ନେଇ ଉଚ୍ଚଶିକ୍ଷା ବିଭାଗ ବିଚାର କରୁଛି।

ନାପକିନ୍ ଭେଣ୍ଡିଂ ମେସିନ୍ ସ୍ଥାପନ ପାଇଁ ବିଭାଗ ଟେଣ୍ଡର ପ୍ରଦାନ କରିବ ଏବଂ ନୂତନ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ସ୍ଥାପନ କରାଯିବ। ତେବେ ଉଚ୍ଚ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ସିଏସଆର ଜରିଆରେ ଫଣ୍ଡର ସନ୍ଧାନ କରାଯାଇଛି । ଭେଣ୍ଡିଂ ମେସିନ ପ୍ରତ୍ୟେକ କଲେଜରେ ଛାତ୍ରୀ, ଶିକ୍ଷୟିତ୍ରୀ ଓ ମହିଳା କର୍ମଚାରୀଙ୍କ ସଂଖ୍ୟାକୁ ଆଧାର କରି ସ୍ଥାପନ କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.