ହ୍ଵାଇଟ୍ ହାଉସ୍ରେ ମୋଦି, ଚାଲିଛି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ
![narendra modi](https://knewsodisha.com/wp-content/uploads/2021/09/narendra-modi-1.jpg)
କେନ୍ୟୁଜ୍(ବ୍ୟୁରୋ): ବିଶ୍ୱର ଦୁଇ ଶୀର୍ଷ ନେତାଙ୍କ ବୈଠକ। ହ୍ଵାଇଟ୍ ହାଉସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଚାଲିଛି । ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଉପସ୍ଥିତ ଅଛନ୍ତି ।
କୋଭିଡ ମୁକାବିଲା, ଜଳବାୟୁ ପରିବର୍ତ୍ତନ ଓ ଇଣ୍ଡୋ-ପ୍ୟାସିଫିକ୍କୁ ନେଇ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ୨୦୧୯ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଆମେରିକା ଯାତ୍ରା। ଏହାସହ ବାଇଡେନ୍ ରାଷ୍ଟ୍ରପତି ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷତ ।