ISROକୁ ଲକ୍ଷ୍ୟ ଦେଲେ ପ୍ରଧାନମନ୍ତ୍ରୀ ମୋଦି…, ୨୦୨୫ରେ ଗଗନଯାନର ଲଞ୍ଚିଂ ଏବଂ ୨୦୩୫ ସୁଦ୍ଧା ଭାରତୀୟ ମହାକାଶ ଷ୍ଟେସନ

ଭାରତୀୟ ମହାକାଶ ଏଜେନ୍ସି (ISRO) ଏବେ ଚନ୍ଦ୍ରରେ ସଫଳ ଲ୍ୟାଣ୍ଡିଂ ପରେ ଗଗନଯାନ ମିଶନରେ ଲାଗିପଡ଼ିଛି। ଏହାର ପ୍ରସ୍ତୁତି ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ପ୍ରସ୍ତୁତିଗୁଡିକ ଉପରେ ନଜର ରଖିବା ତଥା ମହାକାଶ ପ୍ରୟାସର ରୂପରେଖ ପ୍ରସ୍ତୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଥିଲେ।

ଏହି ବୈଠକରେ ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥଙ୍କ ସହ ଅନେକ ଅଧିକାରୀ ଉପସ୍ଥିତ ଥିଲେ। ଏହି ସମୟରେ ଏସ୍‌ ସୋମନାଥ ପିଏମ ମୋଦିଙ୍କୁ ମିଶନ ସହ ଜଡିତ ଅନେକ ସୂଚନା ଦେଇଥିଲେ।

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ମୁଖ୍ୟ ଏବଂ ଅଧିକାରୀମାନଙ୍କୁ ଟାର୍ଗେଟ୍‌ ଦେଇଛନ୍ତି। ୨୦୩୫ ସୁଦ୍ଧା ଭାରତୀୟ ମହାକାଶ କେନ୍ଦ୍ର ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବା ଲକ୍ଷ୍ୟ ପୂରଣ କରିବାକୁ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଗଗନଯାନର ପ୍ରଥମ ପ୍ରଦର୍ଶନ ଉଡ଼ାଣ ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ସହିତ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁକ୍ର ଅର୍ବିଟର ମିଶନ, ମଙ୍ଗଳ ଲ୍ୟାଣ୍ଡର ଉପରେ କାର୍ଯ୍ୟ କରିବାକୁ କହିଛନ୍ତି।

ଏହି ବୈଠକରେ ମିଶନ ପ୍ରସ୍ତୁତିର ମୂଲ୍ୟାଙ୍କନ କରାଯାଇଥିଲା ଏବଂ ୨୦୨୫ରେ ଏହା ଲଞ୍ଚ୍‌ କରାଯିବା ନେଇ ନିଶ୍ଚିତ କରାଯାଇଥିଲା। ନିକଟରେ ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ L1 ମିଶନ ସମେତ ଭାରତୀୟ ମହାକାଶ ଯୋଜନାଗୁଡ଼ିକର ସଫଳତା ଆଧାରରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଭାରତକୁ ବର୍ତ୍ତମାନ ୨୦୩୫ ସୁଦ୍ଧା ଇଣ୍ଡିଆନ୍ ସ୍ପେସ୍ ଷ୍ଟେସନ୍‌ର ସ୍ଥାପନା ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ର ଉପରେ ପ୍ରଥମ ଭାରତୀୟଙ୍କୁ ପଠାଇବା ଭଳି ସମସ୍ତ ସମ୍ଭାବ୍ୟ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଉଚିତ୍‌।