ସମ୍ବିଧାନ ପରେ ରାଷ୍ଟ୍ରୀୟ ଶିକ୍ଷା ନୀତି ହେଉଛି ଏକ ପବିତ୍ର ଦସ୍ତାବିଜ୍‌: ଧର୍ମେନ୍ଦ୍ର

କେନ୍ୟୁଜ୍(ବ୍ୟୁରୋ):  ଉତ୍ତରପ୍ରଦେଶର ବାରାଣସୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ତିନିଦିନିଆ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’ ଉଦଘାଟିତ ହୋଇଛି । ଶିକ୍ଷାକୁ ଏକ ସଂକୀର୍ଣ୍ଣ ଚିନ୍ତାଧାରାରୁ ବାହାର କରି ଏକବିଂଶ ଶତାବ୍ଦୀର ଆଧୁନିକ ଚିନ୍ତାଧାରା ସହ ଯୋଡିବା ଜାତୀୟ ଶିକ୍ଷା ନୀତିର ମୂଳ ଆଧାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ କହିଛନ୍ତି ଅସମ୍ଭବର ସ୍ୱପ୍ନ ଦେଖିବା ଏବଂ ସେହି ସ୍ୱପ୍ନକୁ ପୂରଣ କରିବା ହିଁ ଭବିଷ୍ୟତର ସଫଳତାର ପୁଞ୍ଜି । ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ଏକ ଦାର୍ଶନିକ ଦସ୍ତାବିଜ । ସମ୍ବିଧାନ ପରେ ରାଷ୍ଟ୍ରୀୟ ଶିକ୍ଷା ନୀତି ହେଉଛି ଏକ ପବିତ୍ର ଦସ୍ତାବିଜ୍‌ ଯାହାକୁ ସମଗ୍ର ଦେଶରେ ଅନେକ ସ୍ତରରେ ବିଚାରବିମର୍ଷ, ଚର୍ଚ୍ଚା କରାଯିବା ସହ ଜନଭାଗିଦାରୀର ରୂପ ଦିଆଯାଇଛି ।

ଭାରତକୁ ଜ୍ଞାନ ଆଧାରିତ ଅର୍ଥନୀତି ଭାବରେ ପ୍ରତିଷ୍ଠା କରିବା ପାଇଁ ଜାତୀୟ ଶିକ୍ଷା ନୀତି ହେଉଛି ଏକ ମାର୍ଗଦର୍ଶକ । ଏହି ସମୟରେ ଯୁବବର୍ଗଙ୍କ କ୍ଷମତା, ଉର୍ଜାକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରିବା ତଥା ଜ୍ଞାନ ଓ ଶିକ୍ଷାରେ ପୂରା ଦୁନିଆରେ ନେତୃତ୍ୱ ନେବା ହେଉଛି ଜାତୀୟ ଶିକ୍ଷା ନୀତିର ଦିଗଦର୍ଶନ । ସେହିପରି ଆମର ଭାରତୀୟ ଜ୍ଞାନ ପରମ୍ପରା ଆଧାରରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଭବିଷ୍ୟତର ସ୍ୱର୍ଣ୍ଣିମ ଆକାର ଦେବାକୁ ହେବ । ଏକବିଂଶ ଶତାବ୍ଦୀ ଜ୍ଞାନର ଶତାବ୍ଦୀ । ଏହି ସମୟରେ ଯୁବ ବର୍ଗଙ୍କୁ କେବଳ ନିଯୁକ୍ତି ଖୋଜିବା ନୁହେଁ ବରଂ ନିଯୁକ୍ତିଦାତା ହେବା ପାଇଁ ପ୍ରୋତ୍ସାହନ ଦେବାକୁ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.