ଭୁବନେଶ୍ୱର ନାଇଜର ପକ୍ଷରୁ ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ (NEST) ପାଇଁ ଆବେଦନ ଆରମ୍ଭ, +୨ ଛାତ୍ରଛାତ୍ରୀ ତୁରନ୍ତ କରନ୍ତୁ ଆପ୍ଲାଏ

ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ଦ୍ୱାଦଶ ପରୀକ୍ଷା ଦେଇଥିବା କିମ୍ବା ଦ୍ୱାଦଶ ପାସ୍‌ କରିଥିବା ପିଲାଙ୍କ ପାଇଁ ନୂଆ ସୁଯୋଗ ନେଇ ଆସିଛି NEST। ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେସନ୍‌ ଆଣ୍ଡ୍‌ ରିସର୍ଚ୍ଚ (NISER) ଓ ମୁମ୍ବାଇ ସ୍ଥିତ ଦ ୟୁନିଭର୍ସିଟି ଅଫ୍‌ ମୁମ୍ବାଇର ଡିପାର୍ଟମେଣ୍ଟ ଅଫ୍‌ ଆଟମିକ୍‌ ଏନର୍ଜି ସେଣ୍ଟର ଫର୍‌ ଏକ୍ସିଲେନ୍ସ ଇନ୍‌ ବେସିକ୍‌ ସାଇନ୍ସ(UM-DAE CEBS) ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଛି ନ୍ୟାସ୍‌ନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ (NEST)। ଭବିଷ୍ୟତରେ ବଡ଼ ବଡ଼ ଅନୁଷ୍ଠାନରେ ପଢ଼ିବାକୁ ଇଚ୍ଛୁକ ପିଲା ଦ୍ୱାଦଶ ପାସ୍‌ କରିବା ପରେ ଏହି ଏଣ୍ଟ୍ରାନ୍ସ ପରୀକ୍ଷା ଦେଇପାରିବେ।

ଦ୍ୱାଦଶ ବୋର୍ଡ ପରୀକ୍ଷା ପାସ୍‌ କରିଥିବା କିମ୍ବା ବିଜ୍ଞାନ ଷ୍ଟ୍ରିମ୍‌ ସହ ସମାନ ଷ୍ଟ୍ରିମ୍‌ରେ ୨୦୨୦, ୨୦୨୧ କିମ୍ବା ୨୦୨୨ରେ ପରୀକ୍ଷା ଦେଇଥିବା ପିଲା ଏହି ଏଣ୍ଟ୍ରାନ୍ସ ପରୀକ୍ଷାରେ ବସିପାରିବେ। ଏଥିପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଅତିକମ୍‌ରେ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ।

ଯୋଗ୍ୟତା:

  • +୨ରେ ବିଜ୍ଞାନ ବିଷୟ ରଖିଥିବେ
  • ୨୦୨୦ କିମ୍ବା ୨୦୨୧ ମସିହାରେ +୨ ପାସ୍‌ କରିଥିବେ କିମ୍ବା ୨୦୨୨ ମସିହାରେ ଅନୁଷ୍ଠିତ ପରୀକ୍ଷା ଦେଇଥିବେ
  • ଦ୍ୱାଦଶ ପାସ୍‌ କରିଥିବା ପ୍ରାର୍ଥୀ ୬୦ % ମାର୍କ ରଖିଥିବା ଆବଶ୍ୟକ
  • ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ୫୫ % ମାର୍କ ରଖିଥିବା ଆବଶ୍ୟକ
  • ପ୍ରାର୍ଥୀଙ୍କ ନାଁ NEST ମେରିଟ୍‌ ତାଲିକାରେ ଥିବା ଜରୁରୀ

ଏହି ପ୍ରବେଶିକା ପରୀକ୍ଷା ୧୮ ଜୁନ୍‌ ୨୦୨୨ (ଶନିବାର) ଅନୁଷ୍ଠିତ ହେବ। ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୧୮ ମେ ୨୦୨୨। ପରୀକ୍ଷା ଫଳ ୫ ଜୁଲାଇ ୨୦୨୨ରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ।

ଜରୁରୀ ତାରିଖ:

  • ଅନ୍‌ଲାଇନ୍‌ରେ ଆବେଦନ ଆରମ୍ଭ- ୨୧ ଫେବ୍ରୁଆରୀ, ୨୦୨୨
  • ଆବେଦନ ଶେଷ- ୧୮ ମେ, ୨୦୨୨ (ମଧ୍ୟରାତ୍ର)
  • ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ ଆରମ୍ଭ- ୬ ଜୁନ୍‌, ୨୦୨୨
  • ପରୀକ୍ଷା ତାରିଖ- ୧୮ ଜୁନ୍‌, ୨୦୨୨
  • ଫଳ ପ୍ରକାଶ ପାଇବ- ୫ ଜୁଲାଇ, ୨୦୨୨

ଏମିତି କରନ୍ତୁ ଆବେଦନ:

ଏହି ପ୍ରବେଶିକା ପରୀକ୍ଷା ଦେବାକୁ ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଅଫିସିଆଲ ୱେବ୍‌ସାଇଟ୍‌ NEST 2022  କୁ ଯାଇ ଆବେଦନ କରିପାରିବେ।

ହେଲ୍ପ ଡେସ୍କ ଇମେଲ ଆଇଡି: [email protected]

ହେଲ୍ପ ଡେସ୍କ ନମ୍ବର: 022 61087510

ଜରୁରୀ ସୂଚନା:

  • ପ୍ରାର୍ଥୀ ପଠାଇଥିବା ସମସ୍ତ ଡକ୍ୟୁମେଣ୍ଟ ଓ ସୂଚନା ପାଇଁ ନିଜେ ହିଁ ଦାୟୀ ରହିବେ।
  • ଅସମ୍ପୂର୍ଣ୍ଣ କିମ୍ବା ଅଧା ପୂରଣ ହୋଇଥିବା ଫର୍ମକୁ ଗ୍ରହଣ କରାଯିବ ନାହିଁ।
  • ଯଦି କୌଣସି ଫର୍ମରେ ଅଧା ସୂଚନା ଥିବ, ତେବେ ଉକ୍ତ ପ୍ରାର୍ଥୀଙ୍କୁ ଆଡମିଟ୍‌ କାର୍ଡ ଦିଆଯିବ ନାହିଁ।
  • ପରୀକ୍ଷା ଶୁଳ୍କ ଫେରସ୍ତ ହେବ ନାହିଁ।

Also Read: ଜୀବନର ଏକ ବଡ଼ ରହସ୍ୟ ଉପରୁ ପରଦା ହଟାଇଲେ ରେଖା, କହିଲେ- ‘ମୁଁ ଛଟପଟ ହେଉଥିଲି କିନ୍ତୁ ସେ ମୋ ସହ ଜବରଦସ୍ତି କରିବା ଜାରି ରଖିଥିଲେ’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.