ପଞ୍ଜଶୀରରେ ଗର୍ଜୁଛି ଗୋଳାବାରୁଦ,ତାଲିବାନ ସହ ଘମାଘୋଟ ଯୁଦ୍ଧ ଲଢ଼ୁଛି ନେସନାଲ ରେଜିଷ୍ଟାନ୍‌ସ ଫ୍ରଣ୍ଟ

କେନ୍ୟୁଜ୍(ବ୍ୟୁରୋ): ତୀବ୍ର ହେଉଛି ପଞ୍ଜଶୀର ଲଢ଼େଇ । ଗର୍ଜୁଛି ଗୋଳାବାରୁଦ । ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ତାଲିବାନ ସହ ଘମାଘୋଟ ଯୁଦ୍ଧ ଲଢ଼ୁଛି ନେସନାଲ ରେଜିଷ୍ଟାନ୍‌ସ ଫ୍ରଣ୍ଟ। ୭ ଦିନର ଭୀଷଣ ଯୁଦ୍ଧ ପରେ ପଞ୍ଜଶୀରକୁ ଦଖଲ କରି ନେଇଥିବା ତାଲିବାନ ଦାବି କରିଛି । କିନ୍ତୁ ବନ୍ଦ ହୋଇନି ଗୁଳିଗୋଳାର ଗର୍ଜନ । ତାଲିବାନ ମିଛ ଚାଲ୍‌ କରି ଭ୍ରମିତ କରୁଥିବା କହିଛି ମାସୁଦ ସେନା । ଏପରିକି ହଜାରେ ତାଲିବାନୀଙ୍କ ମୁଣ୍ଡ ଗଡ଼ାଇଥିବା ମାସୁଦ ସେନା ଦାବି କରିଛି ।

ମାସୁଦ କହିଛନ୍ତି, ପାକିସ୍ତାନ ମିଡିଆ ମିଛ ଖବର ପ୍ରକାଶ କରୁଛି। ତାଲିବାନ୍‌ର ପଞ୍ଜଶୀର ବିଜୟ ତାଙ୍କ ପାଇଁ ଶେଷ ଦିନ ହେବ ବୋଲି ମାସୁଦ କହିଛନ୍ତି। ମାସୁଦ ସେନା ସାଙ୍ଗରେ ଥିବା ଆଫଗାନ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେ କହିଛନ୍ତି, ଏବେ ବି ଲଢ଼େଇ ଚାଲିଛି । ଶେଷ ପର୍ଯ୍ୟନ୍ତ ଜାରି ରହିବ । ଏପଟେ ସବୁ ପ୍ରସ୍ତୁତି ସତ୍ତ୍ୱେ ଘୋଷଣା ହୋଇପାରୁନି ବରାଦର ସରକାର । ଘୋଷଣା ହୋଇପାରୁନି କ୍ୟାବିନେଟ୍‌ । ଆସନ୍ତା ସପ୍ତାହକୁ ପୁଣି ଘୁଞ୍ଚିଲା । ମନ୍ତ୍ରୀ ପରିଷଦ ଗଠନ ହୋଇସାରିଥିବା କୁହାଯାଉଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.