ଯେଉଁ ଜାଗାରେ ଶ୍ରୀକୃଷ୍ଣ ପ୍ରାଣ ତ୍ୟାଗ କରିଥିଲେ, ଏବେ ସେଠାରେ ଅଛି କଣ ?

ମହାଭାରତ ଯୁଦ୍ଧ ଶେଷ ହେବାପରେ ଧୃତରାଷ୍ଟ୍ରଙ୍କ ବଂଶ ନାଶ ହୋଇଯାଇଥିଲା। ତାଙ୍କର ୧୦୦ ପୁତ୍ର ମହାଭାରତ ଯୁଦ୍ଧରେ ପ୍ରାଣ ହରାଇଥିଲେ। ଯୁଦ୍ଧ ଶେଷ ହେବାପରେ ଭଗବାନ ଶ୍ରୀକୃଶ ଗାନ୍ଧାରୀଙ୍କ ଅଭିଶାପ ଯୋଗୁଁ ଦୁଃଖୀ ଥିଲେ। ସେ ଭାବୁଥିଲେ ଯେ ଶ୍ରୀକୃଷ୍ଣ ଚାହିଁଥିଲେ ଏସବୁ ହୋଇନଥାନ୍ତା ଓ ତାଙ୍କ ପୁତ୍ର ଜୀବିତ ଥାଆନ୍ତେ। ସେ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇଥିଲେ ଯେ ଯେଉଁଭଳି ତାଙ୍କ ପୁତ୍ର ପ୍ରାଣ ହରାଇଛନ୍ତି ସେହିଭଳି ତାଙ୍କର ମଧ୍ୟ ବଂଶର ନାଶ ହେବ।

କିଛି ଦିନ ପରେ ଗାନ୍ଧାରୀଙ୍କ ଅଭିଶାପର ପ୍ରଭାବ ନଜର ଆସିଥିଲା। ଯଦୁବଂଶୀ ପୁଣି ଲଢ଼ିଲେ। ପରସ୍ପରର ଜୀବନ ନେବାକୁ ଲାଗିଲେ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଜାଣିଥିଲେ ଯେ ଗାନ୍ଧାରୀଙ୍କ ଅଭିଶାପ ନିଶ୍ଚୟ ସଫଳ ହେବ। ଯୁଦ୍ଧର ୩୬ ବର୍ଷ ପରେ ଦ୍ୱାରିକାରୁ ଦୂର ଏକ ବନକୁ ଚାଲିଗଲେ। ସେଠାରେ ଏକ ବୃକ୍ଷ ତଳେ ବିଶ୍ରାମ କରୁଥିଲେ। ସେତେବେଳେ ଜଣେ ଶିକାରୀ ତାଙ୍କୁ ହରିଣ ଭାବି ତାଙ୍କୁ ତୀର ମାରିଥିଲା। ତୀର ଯାଇ ଶ୍ରୀକୃଷ୍ଣଙ୍କ ଗୋଡରେ ବାଜିଥିଲା।

place

ସେତେବେଳେ ଶ୍ରୀକୃଷ୍ଣ ଏକା ଥିଲେ। ଶିକାରୀ ସେଠାରେ ଯାଇ ପହଞ୍ଚିଲା ଓ ଶ୍ରୀକୃଷ୍ଣଙ୍କ ଗୋଡରେ ତୀର ବାଜିଥିବା ଦେଖି ପଶ୍ଚାତାପ କରିଥିଲା। ଶ୍ରୀକୃଷ୍ଣ କହିଥିଲେ ଏଥିରେ ତାଙ୍କର କିଛି ଭୁଲ ନାହିଁ। ସେ କହିଥିଲେ, ତ୍ରେତୟା ଯୁଗରେ ମୁଁ ରାମ ଥିଲି ଓ ତୁମେ ବାଲି। ସେତେବେଳେ ମୋ ଯୋଗୁଁ ତୁମ ଜୀବନ ଯାଇଥିଲା। ସେଥିପାଇଁ ତୁମେ ମୋତେ ତୀର ମାରିଛ ଓ ସେଥିପାଇଁ ମୋର ମୃତ୍ୟୁ ହେବ। ଏତିକି କହି ସେ ପ୍ରାଣ ତ୍ୟାଗ କରିଥିଲେ। ସେତେବେଳେ ଏହି ଜାଗା ଏକ ବନ ଥିଲା। କିନ୍ତୁ ପରେ ଏହାକୁ କୃଷ୍ଣଙ୍କ ପ୍ରାଣ ତ୍ୟାଗ କରିଥିବା ସ୍ଥାନ ବୋଲି କୁହାଗଲା। ଏହି ସ୍ଥାନର ନାମ ଭାଲକା ତୀର୍ଥ। ଏହି ସ୍ଥାନ ସୌରାଷ୍ଟ୍ରର ବେରାଵଲରେ ଅଛି ଯାହା ଗୁଜରାଟର ପଶ୍ଚିମ ସମୁଦ୍ରତଟରେ ଅବସ୍ଥିତ।

ଯେଉଁ ଜାଗାରେ ଶ୍ରୀକୃଷ୍ଣ ପ୍ରାଣ ତ୍ୟାଗ କରିଥିଲେ ସେଠାରେ ଭାଲକା ତୀର୍ଥ ନାମରେ ଏକ ମନ୍ଦିର ନିର୍ମାଣ କରାଯାଇଛି। ଏହି ମନ୍ଦିର ପଛରେ ମଧ୍ୟ ଏକା କାହାଣୀ ରହିଛ। ଯେଉଁ ଜାରା ନାମକ ଶିକାରୀ ଯୋଗୁଁ ଶ୍ରୀକୃଷ୍ଣଙ୍କ ପ୍ରାଣ ଯାଇଥିଲା ସେ ସେଠାରେ ଆରାଧନା କରିଥିଲା। ପରେ ସେଠାରେ ଏକା ମନ୍ଦିର ନିର୍ମାଣ କରାଗଲା। ଭାଲକା ତୀର୍ଥ ସୋମନାଥ ମନ୍ଦିର ନିକଟରେ ରହିଛି। ସାଧାରଣତଃ ଯେଉଁମାନେ ସୋମନାଥ ମନ୍ଦିର ଦର୍ଶନ କରିବାକୁ ଯାଇଥାନ୍ତି ସେମାନେ ଭାଲକା ତୀର୍ଥ ମଧ୍ୟ ଦର୍ଶନ କରିଥାନ୍ତି। ଏହି ମନ୍ଦିର ସୋମନାଥ ମନ୍ଦିରରୁ ମାତ୍ର ୪ କିଲୋମିଟର ଦୂର। ସରକାର ଏହାକୁ ଆହୁରି ବିକଶିତ କରି ଏହାକୁ ପର୍ଯ୍ୟଟନ କେନ୍ଦ୍ର କରିବାକୁ ବିଚାର କରୁଛନ୍ତି।

BHALKA

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ୮ମ ମାନୁ ଭେୱସ୍ୱତର ମନ୍ୱନ୍ତର ୨୮ତମ ଭାଦ୍ରପଦ କୃଷ୍ଣ ପକ୍ଷ ରାତ୍ରି ଅଷ୍ଟମ ମୁହୂର୍ତ୍ତ ମଧ୍ୟ ରାତ୍ରିରେ ହୋଇଥିଲା। ଖ୍ରୀଷ୍ଟ ପୂର୍ବ ୩୧୧୨ରେ ତାଙ୍କର ଜନ୍ମ ହୋଇଥିଲା ବୋଲି କୁହାଯାଏ। ତାଙ୍କ ଜନ୍ମ ଅନୁସାରେ ମହାଭାରତ ଯୁଦ୍ଧ ଖ୍ରୀଷ୍ଟ ପୂର୍ବ ୩୦୦୦ ରେ ହୋଇଥିଲା ଯାହା ପୁରାଣ ଗଣନା ହିସାବରେ ଠିକ ଦର୍ଶାଏ। କୁହାଯାଏ ଯେ ଯେତେବେଳେ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ତାଙ୍କ ଆୟୁଷ ୧୧୯ ବର୍ଷ ଥିଲା। ତେବେ ଏହାକୁ ନେଇ ଭିନ୍ନ ଭିନ୍ନ ଧାରଣା ରହିଛି। ବିଷ୍ଣୁ ପୁରାଣ ଅନୁସାରେ ତାଙ୍କ ମୃତ୍ୟୁ ୧୨୫ ବର୍ଷ ବୟସରେ ହୋଇଥିଲା। ଯେତେବେଳେ ମହାଭାରତ ଯୁଦ୍ଧ ହୋଇଥିଲା ସେତେବେଳେ ତାଙ୍କ ବୟସ ୮୯ ବର୍ଷ ଥିଲା। କୁହାଯାଏ ଯେ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କ ବୟସ ୫୫, କୃଷ୍ଣଙ୍କ ୮ ଓ ଭୀଷ୍ମଙ୍କ ବୟସ ୧୫୦ ବର୍ଷ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.