ୟୁକ୍ରେନ ଉପରେ ଘନେଇଲା ଯୁଦ୍ଧ ବାଦଲ: ପୂର୍ବ ୟୁରୋପ ସୀମାରେ ନାଟୋ-ଋଷ୍‌ ସେନା ମୁହାଁମୁହିଁ

କେନ୍ୟୁଜ୍(ବ୍ୟୁରୋ): ୟୁକ୍ରେନ ଉପରେ ଘନେଇଲା ଯୁଦ୍ଧ ବାଦଲ। ନାଟୋ-ଋଷ୍‌ ସେନା ମୁହାଁମୁହିଁ। ଋଷକୁ ଧମକ ଦେଇଛି ଆମେରିକା। ୟୁକ୍ରେନ୍‌ ଉପରେ ଆକ୍ରମଣ କଲେ ଜବାବ ଦେବୁ। ପୂର୍ବ ୟୁରୋପରେ କ୍ଷୁଦ୍ର ଦେଶ ୟୁକ୍ରେନ୍‌ ଏବେ ରଣ କ୍ଷେତ୍ର ପାଲଟିବାରେ ଲାଗିଛି। ଦେଶର ସୀମା ନିକଟରେ ଋଷ ଏକ ଲକ୍ଷରୁ ଉର୍ଦ୍ଧ୍ୱ ସୈନ୍ୟ ଠୁଳ କରିବା ପରେ ନାଟୋ ମଧ୍ୟ ଅଧିକ ସଂଖ୍ୟାରେ ଯୁଦ୍ଧ ଜାହାଜ ଓ ଲଢୁଆ ବିମାନ ମୁତୟନ କରିଛି। ପୂର୍ବ ୟୁରୋପ ସୀମାରେ ଏହାକୁ ମୁତୟନ କରାଯାଇଛି। ନାଟୋ ସମର୍ଥନରେ ଡେନମାର୍କ ମଧ୍ୟ ନିଜର ସେନା ପଠାଇଛି। ଉତ୍ତର ଆଟଲାଣ୍ଟିକ୍‌ ଚୁକ୍ତି ସଙ୍ଗଠନ- ନାଟୋ ଦେଶସମୁହ ଅଧିକ ସଂଖ୍ୟାରେ ସୈନ୍ୟ ପଠାଇବାକୁ ସ୍ୱାଗତ କରିଛନ୍ତି ନାଟୋ ଜେନେରାଲ ସେକ୍ରେଟାରୀ ଜେନ୍‌ସ ଷ୍ଟୋଲେନ୍‌ବର୍ଗ।

ନାଟୋର ସୁରକ୍ଷା ଓ କଡ଼ା ଜବାବ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି, ଋଷର ସେନା ଯଦି କୌଣସି ଆକ୍ରମଣାତ୍ମକ ଢଙ୍ଗରେ ୟୁକ୍ରେନ୍‌ ସୀମା ମଧ୍ୟରେ ପ୍ରବେଶ କରେ, ଆମେରିକା ତାହାର ଦୃଢ଼ ଯବାବ ଦେବ । ୟୁରୋପ ଏବଂ ଅନ୍ୟ ସହଯୋଗୀ ଦେଶ ଗୁଡିକ ମଧ୍ୟ ଋଷ ଉପରେ ସାଂଘାତିକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ବ୍ଲିଙ୍କେନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.