ତାଇୱାନ ଉପରେ ଚୀନ ବିମାନର ଅନଧିକାର ପ୍ରବେଶ, ଆକ୍ରମଣ ଉଦ୍ଦେଶ୍ୟର ଲଢୁଆ ବିମାନ ଉଡ଼ାଇଛି ଚୀନ
କେନ୍ୟୁଜ୍(ବ୍ୟୁରୋ): ତାଇୱାନ ଉପରେ ଚୀନ ବିମାନର ଅନଧିକାର ପ୍ରବେଶ। ପୁଣି ଥରେ ତାଇୱାନ ସୁରକ୍ଷା କ୍ଷେତ୍ରରେ ଚୀନର ଯୁଦ୍ଧ ବିମାନ ପ୍ରବେଶ କରିଛି। J-16, J-10 ଭଳି ୩୯ ଚୀନର ଯୁଦ୍ଧ ବିମାନ ତାଇୱାନ ସୀମାରେ ପଶିଥିବା ତାଇୱାନ ସରକାରଙ୍କ ପକ୍ଷରୁ କୁହାଯାଇଛି। ୨୦୨୧ ଅକ୍ଚୋବର ମାସରୁ ତାଇୱାନ ଉପରେ ଆକ୍ରମଣ ଉଦ୍ଦେଶ୍ୟରେ ଚୀନ ନିଜର ଲଢୁଆ ବିମାନ ଉଡ଼ାଇଛି।
ଗତ କିଛି ମାସ ପରେ ଗତକାଲି ସର୍ବାଧିକ ୩୯ଟି ଚୀନ ବିମାନ ତାଇୱାନ ବାୟୁ ସୁରକ୍ଷା ଚିହ୍ନଟ କ୍ଷେତ୍ରରେ ପ୍ରବେଶ କରିଛି। ଏଥିରେ ଗୋଟିଏ ଆଣବିକ କ୍ଷମତା ସଂପନ୍ନ H-6 ବମର ମଧ୍ୟ ରହିଥିଲା। ୨୦୨୧ ଅକ୍ଟୋବର ୪ତାରିଖରେ ସର୍ବାଧିକ ୫୬ଟି ଚୀନ ବିମାନ ପ୍ରବେଶ କରିଛି। ଚୀନ ସେନାର ବିମାନ ପ୍ରବେଶ କରିବା ଜଣାପଡ଼ିବା ପରେ ଚାଇୱାନ ସେନା ମଧ୍ୟ ନିଜର ଲଢୁଆ ବିମାନକୁ ପଠାଇଥିଲା। ଏହା ସହ ୩୯ ବିମାନକୁ ଟ୍ରାକ କରିବାକୁ ମିସାଇଲ ମଧ୍ୟ ନିୟୋଜିତ କରିଛି ତାଇୱାନ।.