ମୁମ୍ବାଇରେ ପହଞ୍ଚିଲେ NCB ଡେପୁଟି ଡାଇରେକ୍ଟର ଜେନରାଲ ଜ୍ଞାନେଶ୍ୱର ସିଂହ,ଆର୍ଯ୍ୟନ ଖାନ୍‌ ଡ୍ରଗସ୍‌ ମାମଲାର କରିବେ ଖୋଳତାଡ

କେନ୍ୟୁଜ୍(ବ୍ୟୁରୋ):  ଆର୍ଯ୍ୟନ ଖାନ୍‌ ଡ୍ରଗସ୍‌ ମାମଲାରେ ଖୋଳତାଡ ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି NCB ଡେପୁଟି ଡାଇରେକ୍ଟର ଜେନରାଲ ଜ୍ଞାନେଶ୍ୱର ସିଂହ । ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡେଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସେ ଯାଞ୍ଚ କରିବେ । ଓ୍ଵାଙ୍ଖଡେଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ପଚରାଉଚରା କରାଯିବ । ଆର୍ଯ୍ୟନ ଖାନ୍‌ ଗିରଫ ହେବା ପରେ ଟଙ୍କା ନେଣଦେଣ ମାମଲାର ଯାଞ୍ଚ କରୁଛି NCBର ଭିଜିଲାନ୍ସ ଟିମ୍‌ । ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ କେସର ସାକ୍ଷୀ କିରଣ ଗୋସାଭି, ପ୍ରଭାକର ସେଲ ସମେତ ମନୀଷ ଭାନୁଶାଲୀ, ପୂଜା ଦଦଲାନୀଙ୍କୁ ଜେରା କରିପାରନ୍ତି ଜ୍ଞାନେଶ୍ୱର ସିଂହ ।

ଗତକାଲି ଡ୍ରଗ୍ସ କେସରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ୍‌ ଆର୍ଯ୍ୟନ ଖାନଙ୍କୁ ସମନ୍‌ କରିଥିଲା । ତେବେ ସ୍ୱାସ୍ଥ୍ୟଗତ କାରଣରୁ ସେ ହାଜର ହୋଇ ନଥିଲେ । ଆର୍ଯ୍ୟନଙ୍କ ସମେତ ଅର୍ବାଜ ମର୍ଚ୍ଚାଣ୍ଟ ଓ ଅଚିତ କୁମାରଙ୍କୁ ମଧ୍ୟ ସମନ ହୋଇଥିଲା । ଅର୍ବାଜ ମର୍ଚ୍ଚାଣ୍ଟ ଓ ଅଚିତ କୁମାର କାଲି ହାଜର ହୋଇଥିଲେ । ଗତ ମାସରେ ଆର୍ଯ୍ୟନ ଖାନ ଗିରଫ ହେବା ପରେ ଶାହାରୁଖଙ୍କ ମ୍ୟାନେଜରଙ୍କ ଠାରୁ ୫୦ଲକ୍ଷ ଟଙ୍କା କିରନ ଗୋସାଭି ନେଇଥିବା ଅଭିଯୋଗ ହୋଇଥିଲା । ଗୋସାଭିଙ୍କ ବଡିଗାର୍ଡ଼ ପ୍ରଭାକର ସେଲ୍‌ଙ୍କ ଦ୍ୱାରା ସେ ଏହି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଏନସିବି ଅଧିକାରୀ ସମୀର ଓ୍ଵାଙ୍ଖଡେଙ୍କ ସଂପୃକ୍ତି ନେଇ ପ୍ରଭାକର ସେଲ କହିଥିଲେ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.