ଝିଅକୁ ଦେଲେ ଗୁରୁ ଦାୟିତ୍ୱ ପୁତୁରାକୁ ସାଇଡଲାଇନ୍‌ କଲେ ଶରଦ ପାୱାର

ଝିଅକୁ ଗୁରୁ ଦାୟିତ୍ୱ । ପୁତୁରାକୁ ସାଇଡଲାଇନ୍‌ । ସରପ୍ରାଇଜ୍‌ ଦେଲେ ଏନସିପି ମୁଖ୍ୟ ଶରଦ ପାୱାର । ଆଜି ଝିଅ ସୁପ୍ରିୟା ସୁଲେ ଓ ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଛନ୍ତି । ପୁତୁରା ତଥା ଏନସିପିର ହେଭିୱେଟ ଅଜିତ ପାୱାରଙ୍କ ଉପସ୍ଥିତିରେ ଏହି ବଡ଼ ଘୋଷଣା କରିଛନ୍ତି ଶରଦ ପାୱାର ।

ଦଳର ୨୫ତମ ପ୍ରତିଷ୍ଠା ଦିବସରେ ଏହି ବଡ଼ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଏନସିପି ସୁପ୍ରିମୋ । ଗତ ମାସରେ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଶରଦ ପାୱାର । ନିଷ୍ପତ୍ତିକୁ ଦଳୀୟ ନେତା ଓ କର୍ମୀ ତୀବ୍ର ବିରୋଧ କରିଥିଲେ । ଏହାପରେ ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ ଶରଦ ପାୱାର । ସୁପ୍ରିୟା ଓ ପ୍ରଫୁଲ୍ଲ ପଟେଲଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି କରି ନୂଆ ବାର୍ତ୍ତା ଦେଇଛନ୍ତି । ଅର୍ଥାତ୍‌ ତାଙ୍କ ପରେ ଝିଅ ଦଳକୁ ଆଗକୁ ନେବ ।

ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସୁପ୍ରିୟାଙ୍କ ଉପସ୍ଥିତି ରହୁଛି । କେନ୍ଦ୍ର ଓ ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ସରକାର ବିିରୋଧରେ ସବୁବେଳେ ଏନସିପି ପକ୍ଷରୁ ଆଗକୁ ଆସୁଛନ୍ତି ସୁପ୍ରିୟା । ୨୦୦୬ରେ ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ତାପରେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ ସୁପ୍ରିୟା ସୁଲେ । ୨୦୦୯ରେ ବାରମାଟି ଲୋକସଭା ଆସନରୁ ପ୍ରାର୍ଥି ହୋଇଥିଲେ । ଏବେ ସେଠାରୁ ସାଂସଦ ଅଛନ୍ତି । ସୁପ୍ରିୟା ଓ ପ୍ରଫୁଲ୍ଲ ପଟେଲଙ୍କୁ ଗୁରୁ ଦାୟିତ୍ୱ ଦିଆଯିବା ପରେ ଅଜିତ ପାୱାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କର ନଜର ରହିଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.