ଓପିନିୟନ ପୋଲ୍‌ : ବିହାରରେ ପୁଣି ଏନ୍‌ଡିଏ ଗଢ଼ିବ ସରକାର,ବିଜେପିକୁ ସର୍ବାଧିକ ଆସନ

ନୂଆଦିଲ୍ଲୀ : ବିହାରରେ ‘ନ୍ୟାନ୍‌ନାଲ୍‌ ଡେମୋକ୍ରାଟିକ୍‌ ଆଲିଏନ୍ସ’(ଏନ୍‌ଡିଏ) ପୁଣି ଥରେ କ୍ଷମତାକୁ ଫେରିବା ନେଇ ଓପିନିୟନ୍‌ ପୋଲ୍‌ ଦେଇଥିବା ମତରୁ ଜଣାପଡ଼ିଛି । ଏଥର ବିଜେପି ସର୍ବାଧିକ ଆସନ ପାଇବ ବୋଲି ମଧ୍ୟ ଓପିନିୟନ୍‌ ପୋଲ୍‌ ମତ ଦେଇଛି ।

ଓପିନିୟନ୍‌ ପୋଲ୍‌ର ଆକଳନ ଅନୁସାରେ ୨୪୩ ଆସନରୁ ଏନ୍‌ଡିଏ ୧୩୫ରୁ ୧୫୯ ଆସନ ଓ ମହାଗଠବନ୍ଧନ ୭୭ରୁ ୯୮ ଆସନ ପାଇବ । ଚିରାଗ ପାସୱାନଙ୍କ ନେତୃତ୍ବାଧୀନ ଲୋକ ଜନଶକ୍ତି ପାର୍ଟି ମାତ୍ର ୫ଟି ଆସନ ପାଇବ ବୋଲି ଏହି ଓପିନିୟନ୍ ପୋଲ୍ କହୁଛି। ଏହି ନିର୍ବାଚନରେ ‘ଏନ୍ଡିଏ’ ୪୩%, ମହାଗଠବନ୍ଧନ ୩୫%, ଏଲ୍ଜେପି ୪% ଏବଂ ଅନ୍ୟମାନେ ୧୮% ଭୋଟ୍ ପାଇପାରନ୍ତି ବୋଲି ଓପିନିୟନ୍ ପୋଲ୍ ସୂଚନା ଦେଇଛି।

bihar-1

ଏହି ଆକଳନରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ବିଜେପି ୭୩ ରୁ ୮୧ ଆସନ, ନୀତିଶ କୁମାରଙ୍କ ନେତୃତ୍ବାଧୀନ ଜେଡି(ୟୁ) ୫୯ରୁ ୬୭ଟି ଆସନ , ବିକାଶଶୀଳ ଇନ୍ସାନ୍ ପାର୍ଟି ୩ ରୁ ୭, ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା ଶୂନ୍ୟରୁ ୪ଟି ଆସନ ପାଇପାରନ୍ତି ବୋଲି ଓପିନିୟନ୍ ପୋଲ୍ ସୂଚନା ଦେଇଛି। ମହାଗଠବନ୍ଧନରେ ଆର୍ଜେଡି ୫୬ ରୁ ୬୪ ଆସନ ପାଇବା ବେଳେ କଂଗ୍ରେସ ୧୨ ରୁ ୨୦ ଆସନରେ ଜିଣିପାରେ ଏବଂ ବାମ ଦଳକୁ ମିଳିପାରେ ୯ ରୁ ୧୪ଟି ଆସନ।

ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ୩୦% ବ୍ୟକ୍ତିଙ୍କର ପ୍ରଥମ ପସନ୍ଦ ହୋଇଥିବା ବେଳେ ୨୦% ବ୍ୟକ୍ତି ତେଜସ୍ବୀ ଯାଦବଙ୍କୁ ପ୍ରଥମ ପସନ୍ଦ ବୋଲି କହିଛନ୍ତି। ୧୪% ବ୍ୟକ୍ତି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଚିରାଗ ପାସୱାନଙ୍କୁ ଚାହୁଁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.