ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ଅଭିଯାନରେ ଭାରତ ହେବ ସାମିଲ, ଏନଡିଆରଏଫକୁ ମିଳିପାରେ ୟୁଏନ ଟାଗ୍

କେନ୍ୟୁଜ୍(ବ୍ୟୁରୋ):  ଏନଡିଆରଏଫକୁ ଖୁବଶୀଘ୍ର ମିଳିପାରେ ୟୁଏନ ଟାଗ୍‌ । ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ଅଭିଯାନରେ ଭାରତ ହେବ ସାମିଲ। ଭାରତର ଶୀର୍ଷ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ଏନଡିଆରଏଫକୁ ମିଳିବ ମିଳିତ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ମାନକ। ଏହି ମାନ୍ୟତା ପ୍ରଦାନ ପାଇଁ ସ୍ୱିଜରଲାଣ୍ଡର ଦି ଇଣ୍ଟରନ୍ୟାସନାଲ ସର୍ଚ୍ଚ ଆଣ୍ଡ ରେସ୍‌କ୍ୟୁ ଆଡଭାଇଜରି ଗ୍ରୁପ-INSARAG ଦ୍ୱାରା ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବ।

INSARAG ମିଳିତ ଜାତିସଂଘ ତରଫରୁ ୯୦ରୁ ଅଧିକ ଦେଶ ଓ ସଂଗଠନର ଏକ ନେଟୱର୍କ ଯାହା ସହରାଞ୍ଚଳରେ ଅନୁସନ୍ଧାନ ଓ ସୁରକ୍ଷା କାର୍ଯ୍ୟ କରିଥାଏ। ଦେଶରେ ଯେଭଳି ଭାରତୀୟ ମାନକ ବ୍ୟୁରୋ ରହିଛି, ଇନ୍‌ସାର୍ଗ ସେଭଳି ମିଳିତ ଜାତିସଂଘ ପକ୍ଷରୁ ବିପର୍ଯ୍ୟୟ ପ୍ରଶମନ ବଳର ମାନ ନିର୍ଦ୍ଧାରଣ କରିଥାଏ ବୋଲି ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ କହିଛନ୍ତି। ଏନଡିଆରଏଫ ମିଳିତ ଜାତିସଂଘର ମାନକ ପୂରଣ କରିଥିବାରୁ ଖୁବ ଶୀଘ୍ର ଏହି ମାନ୍ୟତା ମିଳିବ ବୋଲି ସେ କହିଛନ୍ତି।

ndrf dg
picture courtesy
; New Indian Express

ଏହା ଏନଡିଆରଏଫ ଓ ଦେଶ ପାଇଁ ଏକ ଗୌରବର ବିଷୟ। ପ୍ରାକୃତିକ ବିପର୍ଯ୍ୟୟରେ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟ ପାଇଁ ୨୦୦୬ରେ ଏନଡିଆରଏଫର ଗଠନ କରାଯାଇଥିଲା। ଏହାର ୧୨ଟି ବାଟାଲିଅନରେ ୧୫ ହଜାରରୁ ଅଧିକ ଯବାନ ପୁରା ଦେଶରେ ନିୟୋଜିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.