Below header

କରୋନା ପାଇଁ ନିଟ୍‌ ୟୁଜି ୨୦୨୦ ଓ ନିଟ୍‌ ପିଜି ୨୦୨୦ କାଉନସେଲିଂ ସ୍ଥଗିତ

କରୋନା ସଂକ୍ରମଣ ଓ ଲକ୍‌ଡାଉନ ଅବସ୍ଥାକୁ ଦୃଷ୍ଟିରେ ରଖି ନେସ୍‌ନାଲ ଏଲିଜିବିଲିଟି କମ୍‌ ଏନ୍‌ଟ୍ରାନ୍ସ ଟେଷ୍ଟ ଅଣ୍ଡରଗ୍ରାଗୁଏଟ୍‌ (ନିଟ୍‌ ୟୁଜି) ୨୦୨୦ କୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆଗାମୀ ମଇ ମାସ ୩ ତାରିଖରେ ହେବାକୁ ସମୟ ନିର୍ଘଣ୍ଟ କରାଯାଇଥିଲା ।

ତେବେ କରୋନା ପାଇଁ ଏହାକୁ ମଇ ମାସ ଶେଷ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଛି । ଏଥିପାଇଁ ଶୁକ୍ରବାରକୁ ଆଡମିଟ୍‌ କାର୍ଡ ଦିଆଯିବାର ଥିଲା । ମାତ୍ର  ଅପ୍ରେଲ ୧୫ ପରେ ଆଡମିଟ୍‌ କାର୍ଡ ଦିଆଯିବାକୁ ସ୍ଥିର କରାଯାଇଛି ।

ନେସ୍‌ନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଗୁରବାର ଆଡ୍‌ମିଟ କାର୍ଡ ନ ଦେବା ପାଇଁ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ପରୀକ୍ଷାର ସମୟ ଓ ତାରିଖ କରୋନା ପରିସ୍ଥିତିକୁ ଦେଖି ପରେ ପ୍ରକାଶ କରିବାକୁ ଏନ୍‌ଟିଏ ପକ୍ଷରୁ କୁହାଯାଇଛି ।
ନିଟ୍‌ ପିଜି ୨୦୨୦ କାଉନସେଲିଂ ସ୍ଥଗିତ
ସେହିପରି କରୋନା ପାଇଁ ଭାରତ ସରକାର ସମସ୍ତ ନିଟ୍‌ ପିଜି କାଉନ୍‌ସେଲିଂକୁ ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି । ଏହି ସର୍ବ ଭାରତୀୟ ପରୀକ୍ଷା ଅନ୍ୟ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.