Below header

ଚରମ ଅବହେଳାର ଉଦାହରଣ, ୮ ଦିନ ପର୍ଯ୍ୟନ୍ତ ହସ୍ପିଟାଲ ବାଥରୁମ ଭିତରେ ପଡିରହିଥିଲା କରୋନା ରୋଗୀଙ୍କ ଶବ

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ସମୟରେ ମହାରାଷ୍ଟ୍ରର ଜଲଗାଓଁ ସିଭିଲ ହସପିଟାଲରେ ଚରମ ଅବହେଳା ସାମ୍ନାକୁ ଆସିଛି । ଏଠାରେ ଜୁନ୍ ୨ ତାରିଖରୁ ନିଖୋଜ ଥିବା କରୋନା ପଜିଟିଭ୍ 80 ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ହସ୍ପିଟାଲର ବାଥରୁମରେ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଉକ୍ତ ମହିଳାଙ୍କୁ ଜୁନ୍ 1 ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଫେରି ଆସିଥିଲା । ତେବେ ଜୁନ୍ ୨ ତାରିଖରେ ଖବର ଆସିଲା ଯେ ଉକ୍ତ ମହିଳା ଜଣକ ନିଖୋଜ ହୋଇଯାଇଛନ୍ତି । ଏ ନେଇ ମହିଳାଙ୍କ ପରିବାର ଲୋକେ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଥିଲେ । ତେବେ ବର୍ତ୍ତମାନ ଡାକ୍ତରଖାନାର ବାଥରୁମରୁ ମୃତଦେହ ମିଳିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି ।

ମହିଳାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ବୁଧବାର ସକାଳ 9.30 ସମୟରେ ସେମାନଙ୍କୁ କୁହାଯାଇଥିଲା ଯେ ଉକ୍ତ ଡାକ୍ତରଖାନାର ବାଥରୁମରେ ମହିଳାଙ୍କ ମୃତଦେହ ମିଳିଛି । ଆଉ ତାପରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଡାକ୍ତରଖାନାର କର୍ମଚାରୀ ମାନଙ୍କର ଅବହେଳା ଯୋଗୁଁ ଏପରି ଘଟିଛି ବୋଲି ପରିବାର ଲୋକେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.