କେନ୍ଦୁଝର: କୋଭିଡ ନିୟମ ଉଲଙ୍ଘନ କରି ବେପାର କରୁଥିବା ଦୋକାନକୁ ସିଲ କଲା ଜିଲ୍ଲା ପ୍ରଶାସନ

ଅନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ଉପଖଣ୍ଡରେ କେନ୍ଦୁଝର ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ରଜ ଉପଲକ୍ଷେ ଲୁଗା ଦୋକାନ ଗୁଡିକ ସକାଳ ୭ ରୁ ସନ୍ଧ୍ୟା୭ ଯାଏଁ ଖୋଲା ଯାଉଛି। ତେବେ କୋଭିଡ ନିୟମ ଭିତରେ ରହି ଦୋକାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଅନେକ ଦୋକାନରେ ତାର ବିପରୀତ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି।

ଏନେଇ ପ୍ରଶାସନ ପାଖରେ ଅଭିଯୋଗ ହେବାରୁ ପ୍ରଶାସନ ଆଜି କଡା ପଦକ୍ଷେପ ଗ୍ରହଣ କରି ଦୀପକ ଲୁଗା ଦୋକାକୁ ସିଲ କରିଛି। ଦୋକାନଟିରେ ଅତ୍ୟଧିକ ଭିଡ଼ ଥିବା ବେଳେ ସାମାଜିକ ଦୂରତା ନଥିଲା। କିଛି ଲୋକ ମାସ୍କ  ବ୍ୟବହାର କରିନଥିଲେ। ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ ବାବୁଲି ପେରେଇ କହିଛନ୍ତି ଯେଉଁ ଦୋକାନ ନିୟମ ନାମାନିବ ସେଗୁଡିକୁ ସିଲ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.