Below header

ଭାରତୀୟ ସେନାଙ୍କ କାର୍ଯ୍ୟାନୁଷ୍ଠାନର ଆତଙ୍କରେ ଆତଙ୍କିତ ଆତଙ୍କବାଦୀ, ସୀମାବର୍ତ୍ତୀ ଅଚଂଳରେ କରିପାରନ୍ତି ବଡ଼ ଆକ୍ରମଣ

ଭାରତୀୟ ସେନାଙ୍କ କାର୍ଯ୍ୟାନୁଷ୍ଠାନର ଆତଙ୍କରେ ଆତଙ୍କିତ ଆତଙ୍କବାଦୀ । ଆକ୍ରମଣ ପାଇଁ କରୁଛନ୍ତି ବଡ଼ ଯୋଜନା । ଆଫଗାନିସ୍ତାନ – ପାକିସ୍ତାନ ସୀମାବର୍ତ୍ତୀ ଅଂଚଳରେ ଡେରା ପକାଇଛନ୍ତି ଲସ୍କର – ଏ – ତୋଏବା ଏବଂ ଜୈଶ୍ – ଏ – ମହମ୍ମଦ ସମତେ ଅନେକ ଆତଙ୍କୀ ସଂଗଠନର ପ୍ରଶିକ୍ଷିତ ଆତଙ୍କବାଦୀ । ଏହି ସୀମାଠାରୁ ଆଠ କିଲୋମିଟର ଦୂରରେ କରିପାରନ୍ତି ଆକ୍ରମଣ । ଏସବୁ ଧରାପକାଇଛି ଆମେରିକୀୟ ଡ୍ରୋନ୍ । ବାଲାକୋଟରେ ଭାରତର ଏୟାରଷ୍ଟ୍ରାଇକ୍ ପରେ ଭୟଭୀତ ଆତଙ୍କବାଦୀ ନିଜ ଡେରା ଭାରତ- ପାକ୍ ସୀମାରେ ଥିବା ଜଙ୍ଗଲରୁ ହଟାଇ ଆଫଗାନିସ୍ତାନ ସୀମାରେ ପକାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀ ବିରୋଧୀ ଅଭିଯାନରେ ଆଫଗାନିସ୍ତାନ – ପାକିସ୍ତାନ ସୀମାବର୍ତ୍ତୀ ଅଂଚଳରେ ଅନେକ ସମୟରେ ଆକ୍ରମଣ କରିଥାଏ ଆମେରିକା ଡ୍ରୋନ୍ । କାରଣ ଏହି ଅଂଚଳର ଅଧିକାଂଶ ସ୍ଥାନ ଆତଙ୍କବାଦୀଙ୍କ ହବ୍ ଭାବରେ ଜଣାଶୁଣା । ଏହି ଡ୍ରୋନ୍ ଏମିତି ଟେକ୍ନୋଲୋଜିରେ ତିଆରି ଯାହାର ସେନ୍ସର ଏହି ଅଂଚଳରେ ଥିବା ବାରୁଦ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ରକୁ ଧରିପାରେ । ଏହି ସେନ୍ସର ମାଧ୍ୟମରେ ଡ୍ରୋନର ମିଶାଇଲ୍ ସଜାଗ ହୋଇଯାଏ । ଏମିତିରେ ଲସ୍କର – ଏ – ତୋଏବା ଏବଂ ଜୈଶ୍ – ଏ – ମହମ୍ମଦର ଆତଙ୍କବାଦୀ ମଧ୍ୟ ଏହି ଡ୍ରୋନର ଟାର୍ଗେଟକୁ ଆସିଛନ୍ତି । ସୂଚନା ମିଳିଛି ଏହି ଆତଙ୍କୀ ସଂଗଠନ ଆଫଗାନିସ୍ତାନ – ପାକ୍ ସୀମାର ଆଠ କିଲୋମିଟର ମଧ୍ୟରେ ଆକ୍ରମଣ କରିପାରନ୍ତି ।

ଅନ୍ୟପଟେ ତାମିଲନାଡୁରେ ଏନଆଇଏକୁ ମିଳିଛି ବଡ଼ ସଫଳତା । ଦେଶରେ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ କରିଛି ପଣ୍ଡ । ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଏନଆଇଏ । ଏହି ଗ୍ୟାଙ୍ଗର ତିନି ଅଭିଯୁକ୍ତଙ୍କ ଅଡାରେ ଚଢାଉ କରିଥିଲା ଏନଆଇଏ । ଏହି ଅଭିଯୁକ୍ତମାନେ ଅଂଶାରୁଲା ନାମକ ଏକ ଆତଙ୍କବାଦୀ ସଂଗଠନ କରିବା ସହ ଟେରର ଫଣ୍ଡ ଜମା କରୁଥିଲେ । ଏମାନେ ଭାରତ ସରକାର ବିରୋଧରେ ଷଡଯନ୍ତ୍ର କରୁଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ମହମ୍ମଦ ବୁଖାରୀ, ହସନ ଅଲ୍ଲୀ ଏବଂ ମହମ୍ମଦ ୟୁସୁଫୁଦ୍ଦିନ ହରିଶ ମହମ୍ମଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.