Below header

ଗିରଫ ହେଲେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି

ନୂଆଦିଲ୍ଲୀ (କେନ୍ଯୁଜ୍) : ଗିରଫ ହେଲେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ତାଙ୍କୁ ଗିରଫ କରିଛି ଲଣ୍ଡନ ପୋଲିସ। ତାଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ ପକ୍ଷରୁ ଲଣ୍ଡନ ସରକାରଙ୍କୁ ଆବେଦନ କରିବା ପରେ ୱେଷ୍ଟମିନିଷ୍ଟର କୋର୍ଟ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିଛି ସମୟ ପରେ ତାଙ୍କୁ ୱେଷ୍ଟମିନିଷ୍ଟର କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ପ୍ରତ୍ୟର୍ପଣ ନେଇ ମାମଲାର ଶୁଣାଣି ଆରମ୍ଭ ହେବ। ଗଛ କିଛିଦିନ ତଳେ ଲଣ୍ଡନର ଷ୍ଟ୍ରିଟରେ ତାଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଥିଲା।

ମୁହଁରେ ଦାଢି ରଖିବା ସହ ଦାମୀ ଜ୍ୟାକେଟ ପିନ୍ଧିଥିବା ନେଇ ପ୍ରକାଶ କରିଥିଲା ଲଣ୍ଡନର ଏକ ଖବରକାଗଜ ଦି ଟେଲିଗ୍ରାଫ। ଏହାସହ ସେ ସେଠାରେ ବିଳାସପୂର୍ଣ୍ଣ ଭାବେ ଜୀବନଯାପନ କରୁଥିବା ପ୍ରକାଶ ହୋଇଥିଲା। ପିଏନବିରୁ ୧୩ହଜାର କୋଟି ଟଙ୍କା ଆତ୍ମସାତ କରିବା ପରେ ୨୦୧୮ ଫେବୃଆରିରେ ସେ ଲଣ୍ଡନ ଚାଲିଯାଇଥିଲେ। ତାଙ୍କୁ ଭାରତ ପ୍ରତ୍ୟର୍ପଣ ନେଇ ବ୍ରିଟେନ ସରକାରଙ୍କ ନିକଟରେ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ୧୩ ହଜାର କୋଟିରୁ ଅଧିକ ଟଙ୍କା ଆତ୍ମସାତ କରି ବିଦେଶ ଛୁ ମାରିଥିଲେ ନିରବ ମୋଦି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.