ଆଜି ନିରବ ମୋଦିଙ୍କ ବେଲ୍ ଆବେଦନ ଉପରେ ଆସିପାରେ ରାୟ

ଲଣ୍ଡନରେ ଜେଲରେ ଥିବା ନିରବ ମୋଦିଙ୍କ ବେଲ୍ ଆବେଦନ ଉପରେ ଆଜି ଆସିପାରେ ରାୟ । ଗତକାଲି ତାଙ୍କ ଆବେଦନ ଉପରେ ଶୁଣାଣି ସରିଛି । ପୂର୍ବରୁ ସେ ତିନି ଥର ବେଲ୍ ଆବେଦନ କରିଥିଲେ । ଯାହା ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ଦ୍ୱାରା ଖାରଜ ହୋଇଥିଲା। ସେ ଖସି ପଳାଇବା କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବା ଆଶଙ୍କାରେ ତାଙ୍କ ବେଲ୍ ଆବେଦନ ଖାରଜ ହୋଇଥିଲା। ଏବେ ସେ ଚତୁର୍ଥ ଥର ପାଇଁ ବେଲ୍ ଆବେଦନ କରିଛନ୍ତି । ନିରବ ମୋଦି ବର୍ତ୍ତମାନ ପଶ୍ଚିମ ଲଣ୍ଡନର ୱାଣ୍ଡସ୍ୱାର୍ଥ ଜେଲରେ ବନ୍ଦୀ ଅଛନ୍ତି । ପିଏନବି ଠକେଇ ମାମଲାରେ ନିରବ ମୋଦିକୁ ଭାରତ ପ୍ରତ୍ୟର୍ପଣ କରି ଆଣିବାକୁ ଉଦ୍ୟମ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.