Below header

ଲାଗିଲା ଡିନାମାଇଟ୍‌, ନିରବ ମୋଦିଙ୍କ ୧୦୦ କୋଟିର କୋଠା ୧୫ ସେକେଣ୍ଡରେ ଧ୍ୱସ୍ତ

ମୁମ୍ବାଇ : ବ୍ୟାଙ୍କ ୠଣ ଟଙ୍କା ଖାଇ ଦେଶ ଛାଡ଼ି ପଳାଇଥିବା ନିରବ ମୋଦିଙ୍କ ୧୦୦ କୋଟି ଟଙ୍କାର ଭବ୍ୟ ମହଲକୁ ୧୫ ସେକେଣ୍ଡରେ ମାଟିର ମିଶାଇ ଦେଇଛନ୍ତି ସରକାରୀ ଅଧିକାରୀ । ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିସ୍ଫୋରକ ଲଗାଇ ଏହାକୁ ଧରାଶାୟୀ କରାଯାଇଛି ।
ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ଅଲୀବାଗରେ ଥିବା ନିରବ ମୋଦିଙ୍କ ଏହି ବଙ୍ଗଳାକୁ ଧ୍ୱସ୍ତ କରିବା ଲାଗି ଗତ ୫ ତାରିଖରୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଏହାକୁ ଶେଷରେ ବିସ୍ଫୋରକ ବ୍ୟବହାର କରି ଭଙ୍ଗା ଯାଇଛି । ଏଥିଲାଗି ୧୦୦ଟି ଡିନାମାଇଟ୍‌ ଲଗାଯାଇଥିଲା ।

ଏହି ବଙ୍ଗଳାର ବିଭିନ୍ନ ସ୍ଥାନରେ କାଚ ଲାଗିଥିବାରୁ ପ୍ରଥମେ ସେସବୁକୁ କଢ଼ା ଯାଇଥିଲା । କାରଣ ବସ୍ଫୋରଣ ଫଳରେ କାଚ ଏବଂ କୋଠାର ସମେଣ୍ଟ ଆଦି ଛିଟିକି ଯାଇ ପଡ଼ୋଶୀଙ୍କର କ୍ଷତି କରିବାର ସମ୍ଭାବନା ଥିଲା । ତେଣୁ ତା ପୂର୍ବରୁ ଏସବୁ ପ୍ରି ସତର୍କତା ଅବଲମ୍ବନ କରାଯାଇଥିଲା । ୩୩ ହଜାର ସ୍କୋୟାର ଫୁଟର ଏହି ବ୍ୟୟବହୁଳ ବଙ୍ଗଳା ବେଆଇନ୍‌ ଭାବେ ନିର୍ମାଣ ହୋଇଥିଲା ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି ।

NIRAV MODI BUNGLOW-2
ହୀରା ବ୍ୟବସାୟୀ ନିରବ ମାଦିଙ୍କ ନାଁରେ ୧୩, ୭୦୦ କୋଟି ଟଙ୍କାର ଘୋଟାଲା ଅଭିଯୋଗ ରହିଛି । ଗତ ବର୍ଷ ପଞ୍ଜାବ ନେସନାଲ ବ୍ୟାଙ୍କ (ପିଏନ୍‌ବି)ରେ ଏହି ଦୁର୍ନୀତି ହୋଇଥିବା ଜଣାପଡ଼ିଥିଲା । ଏଥିରେ ନିରବ ମୋଦି ସାମିଲ ଥିଲେ । ଘଟଣାର ପର୍ଦ୍ଦାଫାସ୍‌ ହେବା ପରଠାରୁ ସେ ଫେରାର ହୋଇ ଯାଇଛନ୍ତି । ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କର ବିଭିନ୍ନ କାର୍ଯ୍ୟାଳୟ ଓ ଘରକୁ ସିଲ୍‌ କରାଯାଇଛି ।

ଦେଖନ୍ତୁ ଭିଡିଓ : ସୌଜନ୍ୟ-ଏଏନ୍‌ଆଇ


 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.