Below header

ନିର୍ଭୟା କାଣ୍ଡ: ୩୧ ଜାନୁୟାରୀ ଦିନ ୧୨ଟା ଯାଏ ରହିଛି ସୁଯୋଗ, ରାଷ୍ଟ୍ରପତି ଦେଇପାରିବେ ରାଜକ୍ଷମା!

ଫାଶୀ ତାରିଖର ପୂର୍ବଦିନ ଅର୍ଥାତ୍‌ ୩୧ ଜାନୁୟାରୀ ଦିନ ୧୨ଟା ଭିତରେ ଯଦି କେହି ନିର୍ଭୟା ଦୋଷୀ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିବେ, ତା’ହେଲେ ଫାଶୀ ଟଳିଯିବାର ସମ୍ଭାବନା ରହିଛି। କିନ୍ତୁ ଯଦି ନିର୍ଦ୍ଧାରିତ ସମୟ ପରେ ଜେଲ୍‌ ପ୍ରଶାସନ ପାଖରେ ଆବେଦନ କରାଯିବ, ତା’ହେଲେ ତାହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ ନାହିଁ। ଏଭଳି ସ୍ଥିତିରେ ୧ ଫେବୃୟାରୀରେ ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବା ନିଶ୍ଚିତ ହେବ।

fasi1

ନିର୍ଭୟା ଦୋଷୀ ମୁକେଶ ରାଜକ୍ଷମା ଆବେଦନ ଖାରଜକୁ ଚ୍ୟାଲେଞ୍ଜ କରି ଏକ ପିଟିସନ ଦାୟର କରିଥିଲା। ତେବେ ଆବେଦନର କୌଣସି ଯୋଗ୍ୟତା ନ ଥିବା କହି ସୁପ୍ରିମକୋର୍ଟ ମୁକେଶର ଆବେଦନକୁ ଖାରଜ କରିଦେଇଛନ୍ତି।

ଦୋଷୀମାନଙ୍କ ଓକିଲ ଏପି ସିଂଙ୍କ କହିବା ହେଲା, ଏବେ ବି ୨ ଦୋଷୀଙ୍କ ପାଖରେ ସଂଶୋଧନ ଏବଂ ରାଜକ୍ଷମା ଆବେଦନର ବିକଳ୍ପ ବାକି ଅଛି। ତିହାର ଜେଲ୍‌ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ କହିଛନ୍ତି, ଜେଲ୍‌ ମାନୁଆଲ ମୁତାବକ ଫାଶୀ ତାରିଖର ପୂର୍ବଦିନ ମଧ୍ୟାହ୍ନ ୧୨ଟା ପଯ୍ୟର୍ନ୍ତ ଯଦି କେହି ଦୋଷୀ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ ପଠାଇବ, ତା’ହେଲେ ଜେଲ୍‌ ପ୍ରଶାସନ ତାହାକୁ ଦିଲ୍ଲୀ ସରକାରଙ୍କୁ ପଠାଇବା ପାଇଁ ବାଧ୍ୟ। ପରଦିନ ଦୋଷୀମାନଙ୍କ ଫାଶୀ ସେ ପଯ୍ୟର୍ନ୍ତ ଅଟକିପାରିବ, ଯେ ପଯ୍ୟର୍ନ୍ତ ଅଦାଲତ ପକ୍ଷରୁ କୌଣସି ଆଦେଶ ନ ଆସିଛି।

fasi7

ସେପଟେ ତିହାର ଜେଲ୍‌ ପ୍ରଶାସନ ଦୋଷୀମାନଙ୍କୁ ଫାଶୀରେ ଝୁଲାଇବାର ପ୍ରସ୍ତୁତି କରିସାରିଛି। ୩୦ ଜାନୁୟାରୀରେ ଘାତକ ପବନ ମେରଠରୁ ତିହାର ଜେଲ୍‌ ପହଞ୍ଚିଯିବେ। ଘାତକଙ୍କ ପାଇଁ ଜେଲ୍‌ରେ ହିଁ ରହିବାଠାରୁ ଆରମ୍ଭ କରି ସବୁ ପ୍ରକାରର ଆବଶ୍ୟକତା ପୂରଣ କରାଯିବ। ଜେଲ୍‌ ପ୍ରଶାସନ ଉତ୍ତର ପ୍ରଦେଶ ଜେଲ୍‌ ବିଭାଗକୁ ପତ୍ର ଲେଖି ଫାଶୀ ତାରିଖ ବିଷୟରେ ଅବଗତ କରାଇଛନ୍ତି।

fasi8

ପତ୍ରରେ କୁହାଯାଇଛି, ଘାତକଙ୍କୁ ଫାଶୀର ଦୁଇଦିନ ପୂର୍ବରୁ ତିହାର ଜେଲ୍‌ ପଠାଯାଉ, ଯେପରି ସେ ଫାଶୀର ପ୍ରସ୍ତୁତି ସମ୍ପୂର୍ଣ୍ଣ କରିପାରନ୍ତୁ। ଏଥିରେ ଉତ୍ତର ପ୍ରଦେଶ ଜେଲ୍‌ ବିଭାଗ ସହମତି ଜଣାଇଛନ୍ତି। ଘାତକ ଜେଲ୍‌ରେ ରଶି ପ୍ରସ୍ତୁତି କରିବାଠୁ ଆରମ୍ଭ କରି ଅଭ୍ୟାସରେ ମଧ୍ୟ ସାମିଲ ରହିବେ। ଫାଶୀ ତାରିଖର ଠିକ୍‌ ପୂର୍ବଦିନ ବି ଏହିଭଳି ଅଭ୍ୟାସ କରାଯିବ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.