SCBକୁ ଏମ୍‌ସ ପ୍ଲସ କରାଯିବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଛି ଉଛେଦ କାର୍ଯ୍ୟ, ଭଙ୍ଗାଯାଉଛି ପୁରୁଣା ଜଳସେଚନ କ୍ୱାର୍ଟର୍ସ

କଟକ(କେନ୍ୟୁଜ୍): କଟକ SCBକୁ କରାଯିବ ଏମ୍‌ସ ପ୍ଲସ। ୩ହଜାର ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‌ପିଟାଲ ପାଇଁ SCB ସଲଗ୍ନ ବସ୍ତିକୁ ଉଛେଦ କରାଯିବ। ସ୍ଥାନୀୟ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଜୋବ୍ରା ଖଲାସୀ ଲେନ୍‌ରେ ଥିବା ପୁରୁଣା ଜଳସେଚନ କ୍ୱାର୍ଟର୍ସ ଭଙ୍ଗାଯାଉଛି। ଜେସିବି ସାହାଯ୍ୟରେ ପରିତ୍ୟକ୍ତ ଘରକୁ ଭଙ୍ଗାଯିବା ସହ ଗଛ କଟା ଚାଲିଛି। ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ସିବି ପୁନର୍ବିନାସ, ଥଇଥାନ ଓ ସହାୟତା ପ୍ୟାକେଜ୍‌ ମଞ୍ଜୁରୀ ଦେଇଥିଲେ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.