ଇମ୍ରାନ ଖାନ ଆଶ୍ୱସ୍ତ: ନ୍ୟାସନାଲ ଆସେମ୍ବ୍ଲିରେ ଅନାସ୍ଥା ପ୍ରସ୍ତାବ ଖାରଜ

କେନ୍ୟୁଜ୍(ବ୍ୟୁରୋ): ପାକିସ୍ତାନ ରାଜନୀତିରେ ହାଇଡ୍ରାମା। ଆଶ୍ୱସ୍ତ ହେଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ତାଙ୍କ ବିରୋଧରେ ସଂସଦରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ । ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଅଗଣତାନ୍ତ୍ରିକ ଦର୍ଶାଇ ଏହାକୁ ଖାରଜ କରିଦେଇଛନ୍ତି ଉପବାଚସ୍ପତି । ଇମ୍ରାନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ଅନୁଷ୍ଠିତ ହୋଇଥିଲା ନାସନାଲ ଆସେମ୍ଲିର ସ୍ୱତନ୍ତ୍ର ଅଧିବେଶନ । ଏଥିରେ କିନ୍ତୁ ନିଜେ ଇମ୍ରାନ ଅନୁପସ୍ଥିତ ରହିଥିଲେ। ବିଦେଶୀ ସରକାରଙ୍କ ଦ୍ୱାରା ସରକାର ଭାଙ୍ଗିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଥିଲେ ପାକିସ୍ତାନ ମନ୍ତ୍ରୀ ଫୱାଦ ହୁସେନ।

ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଇମ୍ରାନ। ସରକାର ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିବା ଜଣାଇଛନ୍ତି। ଦେଶରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହେବା ଉପରେ ଜୋର ଦେଇଛନ୍ତି ଇମ୍ରାନ। ଏହାସହ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଦେଶବାସୀଙ୍କୁ ସମ୍ବୋଧନ ଜରିଆରେ ଜଣାଇଛନ୍ତି। ବାଚସ୍ପତିଙ୍କ ନିଷ୍ପତ୍ତି ନେଇ ସେ ସମସ୍ତ ପାକିସ୍ତାନବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ବିଦେଶୀ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି। କିଏ ଦେଶରେ ସରକାର ଚଳାଇବ ତାହା ନିଷ୍ପତ୍ତି ନେବାର ଦାୟିତ୍ୱ ପାକିସ୍ତାନବାସୀଙ୍କର ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.