Below header

ଏକଘରକିଆ ହେଲା ପାକିସ୍ତାନ, ମିଳୁନାହିଁ ଅନ୍ୟ ଦେଶର ସମର୍ଥନ

ପ୍ରାୟ ଅର୍ଦ୍ଧଶତାବ୍ଦୀ ପରେ ପୁଣି ଭାରତ ଓ ପାକିସ୍ତାନ ଭିତରେ ଯୁଦ୍ଧ ପରିସ୍ଥିତି । ଲାଗୁଛି ଯେମିତି ଆତଙ୍କର ରାଷ୍ଟ୍ର ଟେରରିସ୍ତାନକୁ ଭାରତ ପକ୍ଷରୁ ଚୂଡ଼ାନ୍ତ ଚେତାବନୀ । ଏଥର ନସୁଧୁରିଲେ ଆମେ ସୁଧାରିଦେବୁ । ଠିକ୍‌ ସେହି କାମ କରି ଦେଖାଇଛି ଭାରତ । ପାକ୍‌ ସୀମା ଲଙ୍ଘି କରିଛି ଏୟାର ଷ୍ଟ୍ରାଇକ୍‌ । ଆତଙ୍କବାଦୀଙ୍କୁ ସଫା କରିଛି । ଏଥିରେ ପାକିସ୍ତାନ ଡରିଯାଇଛି । ଆଉ ମୁହଁ ଫୁଟାଣି ମାରି ଭାରତ ବିରୋଧରେ ନାନା କଥା କହୁଛି । ହେଲେ ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ସ୍ତରରେ ଖୋଜୁଛି ସମର୍ଥନ । କୌଣସି ଦେଶର ସମର୍ଥନ ପାଇଲେ ଭାରତକୁ କିଛିଟା ଜବାବ ଦେଇ ହେବ, ଏଇ ଆଶାରେ । ହେଲେ ଅନ୍ୟ ଦେଶ ସମୂହ କଣ ତାର ମିତ୍ର ରାଷ୍ଟ୍ର କୁହାଯାଉଥିବା ଚୀନ୍‌ ମଧ୍ୟ ଭାରର ରୋବାବ୍‌ ଦେଖି ପଛଘୁଞ୍ଚା ଦେଇଛି । ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଲୁ କାଙ୍ଗ ପରାମର୍ଶ ଦେଇଛନ୍ତି । ଭାରତ ବିରୋଧରେ କିମ୍ବା ପାକିସ୍ତାନ ସପକ୍ଷରେ ପଦୁଟିଏ ବି କହିନାହାନ୍ତି । କହିଛନ୍ତି ଉଭୟ ଦେଶ ନିଜ ଭିତରେ ବୁଝାମଣା ଓ ସମନ୍ଵୟ ରଖି ଦକ୍ଷିଣ ଏସିଆରେ ଶାନ୍ତି ବଜାୟ ରଖନ୍ତୁ । ଏମିତିକି ସେ ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଭାରତକୁ ତାରିଫ୍‌ କରିଛନ୍ତି । ତେଣୁ ଏଭଳି ସ୍ଥିତିରେ ପୂରା ଏକା ପଡ଼ିଯାଇଛି ପାକିସ୍ତାନ । ନିଃସଙ୍ଗ ହୋଇଯାଇଛି । ଚୀନ୍‌ର ଏଭଳି ବ୍ୟବହାର ପାକିସ୍ତାନର ଆଶା ବାହାରେ ଥିଲା ବୋଲି ଏହାର ଅଧିକାରୀ କହିଛନ୍ତି ।
ଖାଲି ସେତିକି ନୁହେଁ, ବିବର ଅନ୍ୟ ମୁସଲିମ୍‌ ଦେଶ ବି ପାକିସ୍ତାନ ପାଇଁ ମୁହଁ ଖୋଲି ନାହାନ୍ତି । ବର୍ତ୍ତମାନ ସାରା ବିଶ୍ୱ ଯେ ଆତଙ୍କବାଦ ବିରୋଧୀ ଓ ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ଦେଶକୁ ଘୃଣା କରୁଛନ୍ତି ସେକଥା ଏସବୁ ଉଦାହରଣରୁ ସ୍ପଷ୍ଟ ।
ଓଆଇସି (ଅର୍ଗାନାଇଜେସନ୍‌ ଅଫ ଇସଲାମିକ୍‌ କୋଅପରେସନ୍‌) ବୈଠକକୁ ଭାରତକୁ ଆମନ୍ତ୍ରିତ କରାଯାଇଛି । ଏଥିରେ ଯୋଗ ଦେଇଥିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ଯାହା ପାକିସ୍‌ାନକୁ ଭାରି ବାଧିଛି । କାରଣ ଓଆଇସିକୁ ବିଶ୍ୱର ମୁସଲମାନ ଦେଶଙ୍କ ମୁଖପାତ୍ର ବୋଲି କୁହାଯାଏ । ଖୋଲାଖୋଲି ଭାବେ ପାକିସ୍ତାନ ପକ୍ଷରୁ ଏ ନେଇ ପ୍ରତିକ୍ରିୟା ରଖାଯାଇଛି । ଓଆଇସିର ଏଭଳି ଆଭିମୁଖ୍ୟରେ ତାଙ୍କ ଦେଶ ନିରାଶ ହୋଇଛି ବୋଲି ସେ କହିଛନ୍ତି ।
ଯୁଦ୍ଧ ପାଇଁ ମୁହଁ ଡରାଣ ଦେଉଥିବା ପାକିସ୍ତାନ ପାଖରେ ଯେତିକି ଯୁଦ୍ଧାସ୍ତ୍ର ରହିଛି ତାଠାରୁ ଢେର କେଇଗୁଣ ଅଧିକ ଅସ୍ତ୍ରଶସ୍ତ୍ର ରହିଛି ଭାରତ ପାଖରେ । ସେଥିଲାଗି ଏବେ ପରମାଣୁ ଆକ୍ରମଣର ପରୋକ୍ଷ ଧମକ ଦେଇଛି ପାକିସ୍ତାନ । ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏ ନେଇ ଜରୁରୀ ବୈଠକ ଡାକିଛନ୍ତି । ଏବେ ଭାରତର ପ୍ରତିକ୍ରିୟାକୁ ଅପେକ୍ଷା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.