ସେନା ଓ ଆତଙ୍କବାଦୀ ମୁହାଁମୁହିଁ : ପୁଣି ନିପାତ ହେଲେ ୨ ଜୈଶ ଆତଙ୍କବାଦୀ

ଦକ୍ଷିଣ କଶ୍ମୀରର ସୋପିଆନରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ। ଏନକାଉଣ୍ଟରରେ ୨ ଜୈଶ ଏ ମହମ୍ମଦ ଆତଙ୍କବାଦୀ ନିପାତ। ସୋପିଆନର ମାମଣ୍ଡର ଠାରେ ଏକ ଘରେ କିଛି ଆତଙ୍କବାଦୀ ଲୁଚିରହିଥିବା ଖବର ମିଳିଥିଲା। ପରେ ସିଆରପିଏଫ, ଏସଓଜି ଓ ରାଜ୍ୟ ପୋଲିସ ମିଳିତ ଭାବେ ସକାଳ ପ୍ରାୟ ୪ଟାରେ ପୁରା ଅଞ୍ଚଳକୁ ଘେରି ରହିବା ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଆତଙ୍କବାଦୀ ଗୁଳିଚାଳନା କରିବାରୁ ସେନା ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା।

ଉଭୟ ପକ୍ଷର ଗୁଳିମାଡ଼ରେ ୨ ଆତଙ୍କବାଦୀ ନିହତ ହେବା ସହ ୫ଜଣ ଯବାନ ଆହତ ହୋଇଛନ୍ତି। ନିହତ ଆତଙ୍କବାଦୀ ଜୈଶ ଏ ମହମ୍ମଦର ବୋଲି ଚିହ୍ନଟ ହୋଇଛନ୍ତି। ସେପଟେ ଏନକାଉଣ୍ଟର ପରେ ସୋପିଆନରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ଗୁଳିମାଡ଼ ବନ୍ଧ ହୋଇଥିଲେ ସୁଦ୍ଧା ପୁରା ଅଞ୍ଚଳରେ ସର୍ଚ୍ଚ ଅଭିଯାନ ଜାରି ରହିଛି। ସେପଟେ ଗତକାଲି ଠାରୁ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି ରହିଛି।

ଏଲଓସିର ମଞ୍ଜକୋଟ, ନୈଶେରା, ରାଜୌରୀ, ଅଖନୁର ଓ ସିଆଲକୋଟ ସେକ୍ଟରରେ ତୁହାକୁ ତୁହା ଗୁଳି ସହ ମୋର୍ଟାର ମାଡ଼ ଜାରି ରଖିଛି ପାକିସ୍ତାନ। ପାକିସ୍ତାନୀ ସେନାର ୫ଟି ପୋଷ୍ଟକୁ ଭାରତୀୟ ସେନା ଧ୍ୱସଂ କରିଦେଇଛିି। ସୁରକ୍ଷା ଦୃଷ୍ଟିରୁ ସୀମାର ୧୦କିମି ଅଞ୍ଚଳର ସମସ୍ତ ସ୍କୁଲ, କଲେଜ ଆଦି ବନ୍ଦ ରଖାଯାଇଛି। ସ୍ଥାନୀୟ ଅଧିବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.