ଲଂଚ୍ ହେଲା ବିଶ୍ବର ପ୍ରଥମ ହାତରେ ବାନ୍ଧିବା ସ୍ମାର୍ଟଫୋନ୍, ଜାଣନ୍ତୁ କଣ ରହିଛି ଫିଚର ଏବଂ ମୂଲ୍ୟ

ଟେକ୍ନୋଲୋଜିର ଚାହିଦାକୁ ଆଖି ଆଗରେ ରଖି ଦିନକୁ ଦିନ ନୂଆ ନୂଆ ଡିଭାଇସ୍ ଲଂଚ୍ ହେଉଛି । ଏବେ ମାର୍କେଟକୁ ଆସିଛି ନୂଆ ସ୍ମାର୍ଟଫୋନ୍ Nubia Alpha। ଯାହାକୁ ଲଂଚ୍ କରିଛି ଚୀନ। ଏହି ମୋବାଇଲର ବିଶେଷତ୍ବ ହେଉଛି ଏହାକୁ ହାତରେ ବାନ୍ଧି ପାରିବେ ।

ଏହି ମୋବାଇଲର ଡିସପ୍ଲେ ହେଉଛି ୪ ଇଂଚ । ଯେଉଁଥିରେ OLED ସ୍କ୍ରିନକୁ ଖୁବ୍ ପତଳା ଘଂଟାର ସ୍ଟ୍ରାପ୍ ସହ ଯୋଡା ଯାଇଛି । ଏଥିରେ ସ୍ନାପଡ୍ରାଗନ୍ ବିୟର୍ ୨୧୦୦ ଚିପସେଟ୍ ଲାଗିଛି । ଏହା ବ୍ୟତୀତ ଏଥିରେ ରହିଛି ୧ ଜିବି ରାମ୍ ସହ ୮ ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ । ସେହିପରି ବ୍ୟାଟେରୀ ହେଉଛି ୫୦୦ mAhର । ସେହିପରି ମୋବାଇଲରେ ବ୍ଲୁଟୁଥ୍ ସହ ରହିଛି ୱାଇଫାଇ ।

ଯଦି କ୍ୟାମେରା କଥା କହିବା ତେବେ ଏଥିରେ ରହିଛି ୫ ମେଗାପିକ୍ସେଲର କ୍ୟାମେରା । ଯାହାର ବ୍ୟବହାର ସେଲଫି ପାଇଁ ମଧ୍ୟ କରିପାରିବେ । ଏହି ସ୍ମାର୍ଟଫୋନର ମୂଲ୍ୟ ରହିଛି ୪୪୦୦୦ ଟଙ୍କା ।

Leave A Reply

Your email address will not be published.