ମରକ୍କୋରେ ଘର କିଣିବା ପାଇଁ ନୋରା ନେଇଥିଲେ ମୋଟା ଅର୍ଥରାଶି; ମାଗୁଥିଲେ ରେଞ୍ଜ ରୋଭର୍‌! ସୁକେଶ ଚନ୍ଦ୍ରଶେଖର କଲେ ନୂଆ ଦାବି

ଅଭିନେତ୍ରୀ ନୋରା ଫତେହୀ ଓ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ସେମାନଙ୍କୁ ନେଇ ଚର୍ଚ୍ଚାର ମୁଖ୍ୟ କାରଣ ହେଉଛନ୍ତି ମହାଠକ ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ସହ ଜଡ଼ିତ ୨୦୦ କୋଟିର ମନି ଲଣ୍ଡରିଂ ମାମଲା। ଏହି ମାମଲାରେ ଗୋଟିଏ ପରେ ଗୋଟିଏ ଅପ୍‌ଡେଟ ଲଗାତାର ସାମ୍ନାକୁ ଆସୁଛି। କିଛି ଦିନ ତଳେ ନୋରା ଦାବି କରିଥିଲେ କି, ସୁକେଶ ତାଙ୍କୁ ନିଜର ପ୍ରେମିକା କରିବା ଏବଂ ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଉ ଏବେ ଏହି ମାମଲାରେ ସୁକେଶ ନିଜର ବୟାନ ଜାରି କରିଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ, ସେ ନୋରାଙ୍କୁ ମରକ୍କୋରେ ଘର କିଣିବା ପାଇଁ ପଇସା ଦେଇଥିଲେ। ସୁକେଶଙ୍କ ଅନୁସାରେ, ମରକ୍କୋର କେସାବ୍ଲାଙ୍କାରେ ନୋରା ନିଜ ପରିବାର ପାଇଁ ଏକ ଘର କିଣିବାକୁ ମୋଠାରୁ ପ୍ରଥମରୁ ହିଁ ମୋଟା ଅଙ୍କର ଟଙ୍କା ନେଇଥିଲେ। ଏବେ ସେ ନିଜକୁ ବଞ୍ଚାଇବା ପାଇଁ ମନଗଢ଼ା କାହାଣୀ ଶୁଣାଉଛନ୍ତି।

ସୁକେଶ ଆହୁରି କହିଛନ୍ତି, ‘ଏବେ ନୋରା କହୁଛନ୍ତି କି, ତାଙ୍କୁ ଗାଡ଼ି ଦରକାର ନ ଥିଲା, ଯାହାକି ସବୁଠାରୁ ବଡ଼ ମିଛ। ତାଙ୍କୁ ନିଜ କାର୍‌ ବଦଳାଇବାର ଥିଲା ଏବଂ ତାଙ୍କୁ ମର୍ସିଡିଜ୍‌ର ସିଏଲ୍‌ଏ ଗାଡ଼ି ଶସ୍ତା ଲାଗୁଥିଲା। ତେଣୁ ସେ ମୋତେ ଗାଡ଼ି ମାଗିଥିଲେ ଏବଂ ମୁଁ ତାଙ୍କୁ ଗିଫ୍ଟ କରିଥିଲି’।

ଏହାଛଡ଼ା ସୁକେଶ କହିଛନ୍ତି ଯେ ସେ ଏହି କଥାର ପ୍ରମାଣ ଇଡିକୁ ପୂର୍ବରୁ ଦେଇ ସାରିଛନ୍ତି। ତାଙ୍କ ପାଖରେ ନୋରାଙ୍କ ସହ ଚାଟ୍ସର ସ୍କ୍ରିନ୍‌ଶର୍ଟ ଥିଲା। ନୋରା ଏହା ମଧ୍ୟ ଚାହୁଁଥିଲେ କି, ମୁଁ ତାଙ୍କୁ ରେଞ୍ଜ ରୋଭର ଗାଡ଼ି ଦିଏ, କିନ୍ତୁ ସେହି ସମୟରେ ଷ୍ଟକ୍‌ରେ ଗାଡ଼ି ନ ଥିଲା ଏବଂ ତାଙ୍କୁ ତୁରନ୍ତ ହିଁ ଗାଡ଼ି ଦରକାର ଥିଲା। ତେଣୁ ମୁଁ ବିଏମ୍‌ଡବ୍ଲ୍ୟୁର ଏହି ସିରିଜ୍‌ର ଗାଡ଼ି ଦେଇଥିଲି। ସେ ଗାଡ଼ିକୁ ଅନେକ ଦିନ ପର୍ଯ୍ୟନ୍ତ ବ୍ୟବହାର କରିଥିଲେ।

ଗାଡି ନେବା ପ୍ରସଙ୍ଗରେ ସୁକେଶ କହିଛନ୍ତି ଯେ ନୋରା ଭାରତର ବାସିନ୍ଦା ନୁହଁନ୍ତି, ଏଥିପାଇଁ ସେ ଗାଡିକୁ ନିଜର ଖାସ୍‌ ବନ୍ଧୁଙ୍କ ସ୍ୱାମୀ ବବିଙ୍କ ନାମରେ ପଞ୍ଜିକରଣ କରାଇବାକୁ କହିଥିଲେ। ସୁକେଶ ଦାବି କରିଛନ୍ତି କି, ଯେତେବେଳେ ସେ ଜ୍ୟାକଲିନଙ୍କ ସହ ରିଲେସନଶିପ୍‌ରେ ଥିଲେ, ସେତେବେଳେ ନୋରା ଜ୍ୟାକଲିନଙ୍କୁ ଛାଡ଼ିଦେବା ପାଇଁ ତାଙ୍କୁ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.