Below header

ଧରାପଡ଼ିଲା ଉତ୍ତର କୋରିଆର ଚୋରି! ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ହମାସ୍‌କୁ ଅସ୍ତ୍ର ଦେଇଥିଲେ କିମ୍‌

ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ହମାସ୍‌କୁ ଅସ୍ତ୍ର ଯୋଗାଇଥିଲା ଉତ୍ତର କୋରିଆ। କିଛି ପ୍ରମାଣ ଆଧାରରେ ଦକ୍ଷିଣ କୋରିଆର ବିଶେଷଜ୍ଞମାନେ ଏହି ଦାବି କରିଛନ୍ତି। ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରରୁ ଜଣାପଡିଛି ଯେ ରକେଟ୍‌ ଗାଜାରେ ନୁହେଁ, ବରଂ ଉତ୍ତର କୋରିଆରେ ତିଆରି ହୋଇଛି।

ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ହମାସ୍‌କୁ ଅସ୍ତ୍ର ଯୋଗାଇଥିଲା ଉତ୍ତର କୋରିଆ। କିଛି ପ୍ରମାଣ ଆଧାରରେ ଦକ୍ଷିଣ କୋରିଆର ବିଶେଷଜ୍ଞମାନେ ଏହି ଦାବି କରିଛନ୍ତି। ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରରୁ ଜଣାପଡିଛି ଯେ ରକେଟ୍‌ ଗାଜାରେ ନୁହେଁ, ବରଂ ଉତ୍ତର କୋରିଆରେ ତିଆରି ହୋଇଛି। ଉତ୍ତର କୋରିଆର ଅସ୍ତ୍ରଶସ୍ତ୍ର ଉପରେ ନଜର ରଖୁଥିବା ଦକ୍ଷିଣ କୋରିଆର ଦୁଇ ବିଶେଷଜ୍ଞଙ୍କ ସୂତ୍ରରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି।

ଦାବି କରାଯାଇଛି ଯେ ହମାସ୍‌ ଅକ୍ଟୋବର ୭ ଆକ୍ରମଣ ପାଇଁ ଉତ୍ତର କୋରିଆର F-7 ରକେଟ୍‌ ପ୍ରୋପେଲ୍ଡ ଗ୍ରେନେଡ ଏବଂ କାନ୍ଧରେ ରଖି ଚଳାଯାଉଥିବା ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରିଥିଲା। ରକେଟ୍ ପ୍ରୋପେଲ୍ଡ ଗ୍ରେନେଡ୍ ଲଞ୍ଚର୍‌ ଗୋଟିଏ ହିଁ ୱାରହେଡ୍‌ରୁ ଫାୟାର୍‌ କରିଥାଏ ଏବଂ ତୁରନ୍ତ ଏହାକୁ ପୁନଃ ଲୋଡ୍ କରାଯାଇପାରିବ। ଖାସ୍‌ କରି, ଗରିଲା ବାହିନୀ ବିରୋଧରେ ଏହା ଏକ ମୂଲ୍ୟବାନ ଅସ୍ତ୍ର ଭାବରେ କାମ କରିଥାଏ।

ଦାବି ମୁତାବକ, ଉତ୍ତର କୋରିଆ F-7 ରକେଟ୍ ପ୍ରୋପେଲ୍ଡ ଗ୍ରେନେଡ୍‌ ସିରିଆ, ଇରାକ, ଲେବାନନ୍ ଏବଂ ଗାଜା ଷ୍ଟ୍ରିପକୁ ସପ୍ଲାଏ କରିଛି। ଏକ୍ସପର୍ଟଙ୍କ ଅନୁସାରେ, ଉତ୍ତର କୋରିଆ ସବୁବେଳେ ପାଲେଷ୍ଟାଇନ ଗୋଷ୍ଠୀକୁ ହିଁ ସମର୍ଥନ କରିଆସୁଛି।

ସ୍ମଲ୍‌ ଆର୍ମସ୍‌ ସର୍ଭେର ଜଣେ ବରିଷ୍ଠ ଗବେଷକ ମ୍ୟାଟ୍ ସ୍ରୋଏଡର୍ କହିଛନ୍ତି, ହମାସ୍ ରକେଟ୍‌ ପ୍ରୋପେଲ୍ଡ ଗ୍ରେନେଡ୍‌ ଏବଂ ଲଞ୍ଚର୍‌ ସହିତ ନିଜର ଲଢ଼ୁଆ ବିମାନର ଫଟୋ ସେୟାର କରିଛି, ଯାହାର ୱାରହେଡ୍ ଉପରେ ଏକ ଲାଲ୍ ପଟ୍ଟି ନଜର ଆସୁଛି। ଏହା ଠିକ୍ F-7 ପରି ଦେଖାଯାଉଛି।

ସେପଟେ ଦକ୍ଷିଣ କୋରିଆ ବିଶେଷଜ୍ଞମାନଙ୍କ ଦାବିକୁ ଉତ୍ତର କୋରିଆ ପ୍ରତ୍ୟାଖ୍ୟାନ କରିଛି। ଉତ୍ତର କୋରିଆ ପ୍ରଶାସନ ଏଥିପାଇଁ ଆମେରିକାକୁ ଦାୟୀ କରିଛି, ଯାହା ଏହା ବିରୁଦ୍ଧରେ ମିଥ୍ୟା ପ୍ରଚାର କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.