ସାକ୍ଷୀ ରହିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀମନ୍ଦିର ଭିତରେ ବିବାହ କଲେ ଯୁବକ ଯୁବତୀ

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏକ ଅପୂର୍ବ ଦୃଶ୍ୟ।ଆସାମରୁ ଆସିଥିବା ଯୁବକ ,ଯୁବତୀ ଶ୍ରୀମନ୍ଦିର ଭିତରେ ବିବାହ କରିବା ପରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପତିତପାବନଙ୍କୁ ସାକ୍ଷୀ ରଖି ପରସ୍ପରକୁ ଫୁଲ ମାଳା ପିନ୍ଧାଇଥିଲେ।

ପୁରୀ(କେନ୍ୟୁଜ୍):  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦର୍ଶନ ତଥା ତାଙ୍କର ଟିକେ ଆଶୀର୍ବାଦ ନେଇ ପ୍ରତିଦିନ ଦେଶର ବିଭିନ୍ନ ଅନୁ ପ୍ରତି କୋଣରୁ ଭକ୍ତଙ୍କ ସୁଅ ଛୁଟେ ପୁରୀକୁ।କିଏ ଭଲ ଚାକିରି ପାଇଁ ତ ଆଉ କିଏ ପରିବାର ପାଇଁ । ଆଉ କିଏ ଜଗତ କଲ୍ୟାଣ ପାଇଁ ତ କିଏ ଶାନ୍ତି ପାଇବା ପାଇଁ ।କିନ୍ତୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏକ ଅପୂର୍ବ ଦୃଶ୍ୟ।

ଆସାମରୁ ଆସିଥିବା ଯୁବକ,ଯୁବତୀ ଶ୍ରୀମନ୍ଦିର ଭିତରେ ବିବାହ କରିବା ପରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପତିତପାବନଙ୍କୁ ସାକ୍ଷୀ ରଖି ପରସ୍ପରକୁ ଫୁଲ ମାଳା ପିନ୍ଧାଇଥିଲେ।ଏଥିସହ ଭବିଷ୍ୟତ ଦାମ୍ପତ୍ୟ ଜୀବନ କିଭଳି ଭଲରେ କଟିବ ସେ ନେଇ ପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ।ନିଜ କୌଳିକ ପଣ୍ଡାଙ୍କ ସହାୟତାରେ ସେମାନେ ଶ୍ରୀମନ୍ଦିର ଆସି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.