ଭାରତ-ବାଂଲାଦେଶ ମ୍ୟାଚ୍: ବୋଲିଂ ବେଳେ ଆହତ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ସ୍କାନିଂ ପାଇଁ ପଠାଗଲା ହସ୍ପିଟାଲ
ଭାରତୀୟ ଦଳକୁ ଲାଗିଛି ବଡ଼ ଝଟ୍କା। ଖବର ରହିଛି, ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବା ବେଳେ ଆହତ ହୋଇଛନ୍ତି, ଯାହାପରେ ତାଙ୍କୁ ପଡ଼ିଆ ଛାଡି ଯିବାକୁ ପଡ଼ିଛି।

ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି। ଉଭୟ ଦଳ ପୁଣେରେ ମୁହାଁମୁହିଁ ହୋଇଛନ୍ତି। ବାଂଲାଦେଶ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଏହାରି ଭିତରେ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟ୍କା। ଖବର ରହିଛି, ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବା ବେଳେ ଆହତ ହୋଇଛନ୍ତି, ଯାହାପରେ ତାଙ୍କୁ ପଡ଼ିଆ ଛାଡି ଯିବାକୁ ପଡ଼ିଛି।
ହାର୍ଦ୍ଦିକ ପାଣ୍ଡ୍ୟା ବାଂଲାଦେଶ ଇନିଂସର ନବମ ଓଭର ବୋଲିଂ କରିବାକୁ ଆସିଥିଲେ। କିନ୍ତୁ ଏହି ଓଭରରେ ସେ ମାତ୍ର ୩ଟି ବଲ ପକାଇ ପାରିଥିଲେ। ଆହତ କାରଣରୁ ତାଙ୍କୁ ପଡ଼ିଆ ଛାଡି ଯିବାକୁ ପଡ଼ିଥିଲା। ବିରାଟ କୋହଲି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଓଭର ପୂରଣ କରିଥିଲେ।
ଆହତ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହସ୍ପିଟାଲ ପଠାଯାଇଛି। ସେଠାରେ ତାଙ୍କର ସ୍କାନ କରାଯିବ। ଏହା ସହିତ ପାଣ୍ଡ୍ୟା ଆଜି ଆଉ ପଡ଼ିଆରେ ଦେଖିବାକୁ ମିଳିବେ ନାହିଁ। ଏହା ଭାରତ ପାଇଁ ଏକ ବଡ଼ ଝଟ୍କା ବୋଲି କୁହାଯାଉଛି। କିନ୍ତୁ ପରବର୍ତ୍ତୀ ମ୍ୟାଚ୍ ବେଳକୁ ହାର୍ଦ୍ଦିକ ପାଣ୍ଡ୍ୟା ଫିଟ୍ ହେବେ କି ନାହିଁ, ତାହା ସବୁଠୁ ବଡ଼ ପ୍ରଶ୍ନ ହୋଇଛି।
କହି ରଖୁଛୁ, ଭାରତ-ବାଂଲାଦେଶ ମ୍ୟାଚ୍ରେ ଟସ୍ ଜିତିବା ପରେ ବାଂଲାଦେଶ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ୍ରେ ବାଂଲାଦେଶର ନିୟମିତ ଅଧିନାୟକ ଶାକିବ ଅସ ହସନ ଖେଳୁ ନାହାନ୍ତି।
🚨 Update 🚨
Hardik Pandya’s injury is being assessed at the moment and he is being taken for scans.
Follow the match ▶️ https://t.co/GpxgVtP2fb#CWC23 | #TeamIndia | #INDvBAN | #MeninBlue pic.twitter.com/wuKl75S1Lu
— BCCI (@BCCI) October 19, 2023