CBSEର ନୋଟିଫିକେସନ : ଏହି ପ୍ରକ୍ରିୟା ପୂରା କରନ୍ତୁ, ନଚେତ୍‌ ବୋର୍ଡ ପରୀକ୍ଷାରେ ବସିପାରିବେ ନାହିଁ ଛାତ୍ରଛାତ୍ରୀ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବର୍ଷ ୨୦୨୦ରେ ହେବାକୁ ଥିବା ବୋର୍ଡ ପରୀକ୍ଷା ସମ୍ପର୍କରେ ଏକ ନୋଟିଫିକେସନ ଜାରି କରିଛନ୍ତି। ଏହି ନୋଟିଫିକେସନ ଅନୁଯାୟୀ ଚଳିତ ବର୍ଷ ପରୀକ୍ଷାର୍ଥୀ ମାନଙ୍କର ସୂଚି ଜମା କରିବାର ପ୍ରକ୍ରିୟା ପ୍ରଥମେ ପୂରଣ କରୁଛି। ଏମିତି ଏଥିପାଇଁ ପରୀକ୍ଷା ବିନା କୌଣସି ପ୍ରତିବନ୍ଧକରେ କରାଯାଇପାରୁ।

ବୋର୍ଡ ସୂଚନା ଦେଇଛି ଯେ ଏହି ପ୍ରକ୍ରିୟା ଏଥର ୦୨ ଅଗଷ୍ଟ ୨୦୧୯ରେ ହିଁ ଆରମ୍ଭ କରିଦିଆଯାଇଛି। ପରୀକ୍ଷାର୍ଥୀ ମାନଙ୍କର ସୂଚୀ ଭରିବା ପ୍ରକ୍ରିୟା ଇ-ପରୀକ୍ଷା ଲିଙ୍କ୍‌ ଜରିଆରେ ପୂରା କରାଯାଇପାରେ। ସିବିଆଇ ଏହି ନୋଟିଫିକେସନରେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଯେଉଁ ଷ୍ଟୁଡେଣ୍ଟସ୍‌ ଅନଲାଇନ ଏଲଓସି ପ୍ରକ୍ରିୟା ପୂରା ହେବ ନାହିଁ। ସେମାନଙ୍କୁ ୨୦୨୦ ବୋର୍ଡ ପରୀକ୍ଷାରେ ସାମିଲ ହେବାକୁ ଦିଆଯିବ ନାହିଁ।

ଏଲଓସି ସମ୍ପର୍କରେ ବୋର୍ଡ ଅନ୍ୟ ଦିଗ ନିର୍ଦ୍ଦେଶ ମଧ୍ୟ ଜାରି କରିଛି। ଏହା ବିଷୟରେ ଆସନ୍ତୁ ଜାଣିବା. . . 

-ବୋର୍ଡ କହିଛି ଯେ ଏଥର ବୋର୍ଡ ପରୀକ୍ଷା ସମ୍ବନ୍ଧରେ ଅନେକ ସୂଚନା ଦିଆଯାଇଛି। ଏହାକୁ ବୁଝିବା ବିନା ସ୍କୁଲ ଠିକ୍‌ ଭାବରେ ଏଲଓସି ଭରିବା ପ୍ରକ୍ରିୟା କରିପାରିବେ ନାହିଁ।

ଏହାସହ ପଢନ୍ତୁ : ଡେବିଟ୍‌ କାର୍ଡକୁ ଶେଷ କରିବାକୁ ଚାହୁଁଛି SBI, କିନ୍ତୁ କାହିଁକି ଜାଣନ୍ତୁ ଏହି ରିପୋର୍ଟରୁ. . .

-କୁହାଯାଇଛି ଯେ ବୋର୍ଡ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରକୁ ସ୍କୁଲର ପ୍ରିନିସିପାଲ ନିଜେ ଭଲଭାବେ ପଢ଼ନ୍ତୁ ଏବଂ ଏହାପରେ ଏଲଓସି ଭରନ୍ତୁ।

-୨୪ ଜାନୁଆରୀ ୨୦୧୯ରେ ଜାରି କରାଯାଇଥିବା ଅଧିସୂଚନା ଅନୁଯାୟୀ ଏଥର ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ୧୬ କ୍ଷେତ୍ରୀୟ କାଯ୍ୟର୍କାଳ ମାଧ୍ୟମରେ ଆୟୋଜିତ କରାଯିବ।

-ଦଶମ ଶ୍ରେଣୀରେ ମ୍ୟାଥାମେଟିକ ଦୁଇଟି ସ୍ତରରେ ହେବ। ପରୀକ୍ଷାର୍ଥୀ ଏଥିମଧ୍ୟରୁ କୌଣସି ଗୋଟିଏକୁ ବାଛିବାକୁ ପଡିବ।