ସାବଧାନ ଇଣ୍ଡିଆ! ଦେଶରେ ପ୍ରବେଶ କରିଛନ୍ତି ଆଇଏସଆଇ ଏଜେଣ୍ଟଙ୍କ ସହ ୪ କୁଖ୍ୟାତ ଆତଙ୍କବାଦୀ

ନୂଆଦିଲ୍ଲୀ(କେନ୍ୟୁଜ୍) : ସାବଧାନ ଇଣ୍ଡିଆ । ଦେଶରେ ପ୍ରବେଶ କରିଛନ୍ତି ପାକ୍‌ ଗୋଇନ୍ଦା ସଂସ୍ଥା ଆଇଏସଆଇ ଏଜେଣ୍ଟଙ୍କ ସହ ୪ ଜଣ କୁଖ୍ୟାତ ଆତଙ୍କବାଦୀ । ଏ ନେଇ କେନ୍ଦ୍ରଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜସ୍ଥାନ ଓ ଗୁଜରାଟ ସମେତ ଦେଶର ବିଭିନ୍ନ ସ୍ଥାନରେ ଏମାନେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବାର ଗୁଇନ୍ଦା ରିପୋର୍ଟ ରହିଛି । ଆଫଗାନିସ୍ତାନର ପାସପୋର୍ଟରେ ଏମାନେ ଦେଶରେ ପ୍ରବେଶ କରିଛନ୍ତି । ଯେ କୌଣସି ସମୟରେ ଏମାନେ ଆକ୍ରମଣ କରିପାରନ୍ତି । ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ଆଲର୍ଟ ପରେ ଦେଶରେ ହାଇଆଲର୍ଟ ଜାରି ହୋଇଛି । ରାଜସ୍ଥାନ ଓ ଗୁଜୁରାଟର ସମସ୍ତ ଏସପିଙ୍କୁ ସତର୍କ ରହିବାକୁ କୁହାଯାଇଛି । ସେପଟେ ଆଲର୍ଟ ପରେ ହୋଟେଲ, ରେଳ ଷ୍ଟେସନ, ଏୟାର ପୋର୍ଟ, ବସଷ୍ଟାଣ୍ଡ ସମେତ ଜନଗହଳି ସ୍ଥାନରେ ପୋଲିସ ପକ୍ଷରୁ ସୁରକ୍ଷାକୁ କଡା କରି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.