ଏବେ ମଶା ପାଖ ମାଡିବେନି, ନଡିଆ ଗବେଷଣାରୁ ମିଳିଲା ବଡ ସଫଳତା

ଗରମ ଋତୁ ଆରମ୍ଭ ହୋଇଗଲେ ମଶାଙ୍କ ପାଦୁର୍ଭାବ ବଢ଼ିଥାଏ । ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ବ୍ୟବସ୍ଥା ଆପଣେଇ ଥାନ୍ତି । ତାହା ମଶା ଧୂଆଁରୁ ଆରମ୍ଭ କରି ମଶା ତେଲ ଆଦି,ଝୁଣା ଧୂଆଁ ଆଦି କେତେ କ’ଣ । ହେଲେ ଏବେ ଗବେଷଣାରୁ ଏକ କମାଲ ତଥ୍ୟ ଜଣାପଡିଛି, ଯାହା କି ମଶା ଆପଣଙ୍କ ପାଖ ମାଡିବେନି ।

ନଡିଆ ତେଲ ବା ସାବୁନ ର ବାସ୍ନା ଶରୀରରେ ଥିଲେ ମଶା ପାଖ ମାଡିବେ ନାହିଁ । ନଡିଆ ଉପରେ ହୋଇଥିବା ଗବେଷଣାରୁ ଏହି ତଥ୍ୟ ଜଣାପଡିଛି । ଯେତେବେଳେ ଆପଣ ନଡିଆ ବାସ୍ନା ଥିବା ସାବୁନ ବା ତେଲ ଦେହରେ ଲଗାଇବେ ମଶା ଆପଣଙ୍କ ପାଖ ମାଡିବେନି । କାରଣ ନଡିଆ ବାସ୍ନାର ପାଖ ମାଡନ୍ତି ନାହିଁ ମଶା ।

କେଉଁ ବାସ୍ନା ମଶାଙ୍କୁ ଆକର୍ଷିତ କରିଥାଏ

ଏହି ଗବେଷଣାରୁ ଜଣାପଡିଛି, ଲେମ୍ବୁ ବାସ୍ନାର ସାବୁନ, ପାଉଡର ଓ ସେଣ୍ଟ ମଶାଙ୍କୁ ଅଧିକ ଆକର୍ଷିତ କରିଥାଏ । ଯଦି ଆପଣ ମଶା ଦାଉରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି, ଆପଣ ନଡିଆକୁ ଏପରି ବ୍ୟବହାର କରନ୍ତୁ । ଦେହରେ ନଡିଆ ତେଲ ଲଗାଇ ପାରିବେ କିମ୍ବା ନଡିଆ ବାସ୍ନାର ସାବୁନ ଦେହରେ ଲଗାଇ ପାରିବେ । ନଡିଆ ବାଲା ସେଣ୍ଟ ମଧ୍ୟ ଲଗାଇଲେ ମଶା ଆପଣଙ୍କ ପାଖ ମାଡିବେନି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.