Below header

କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ? କାଲି ଆସିବ ରାୟ

କର୍ଣ୍ଣାଟକରେ କିଏ ଗଢ଼ିବ ସରକାର ? ପଦ୍ମ ଫୁଟିବ ନା ହାତର ଯାଦୁ ଚାଲିବ ? କାହାକୁ ମିଳିବ କେତେ ସିଟ୍‌ ? କାଲି ଆସିବ ରାୟ। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ସରକାର ଗଢ଼ିବାକୁ ୧୧୩ ସିଟ୍‌ ଆବଶ୍ୟକ। ଉଭୟ କଂଗ୍ରେସ ଓ ବିଜେପି ସରକାର ଗଢ଼ିବା ନେଇ ଦାବି କରୁଛନ୍ତି। ତେବେ କଂଗ୍ରେସ ସରକାର ଗଢ଼ିବା ନେଇ ଅଧିକାଂଶ ଏକଜିଟ୍‌ ପୋଲ ଆକଳନ କରିଥିଲେ। ଏବିପି ନ୍ୟୁଜ ସି ଭୋଟର ବିଜେପିକୁ ୮୩ରୁ୯୫ ସିଟ୍‌ ଦେଇଥିବା ବେଳେ କଂଗ୍ରେସକୁ ୧୦୦ ରୁ ୧୧୨ ସିଟ୍‌ ଦେଇଥିଲା।

ଜେଡିଏସକୁ ଦେଇଥିଲା ୨୧ ରୁ ୨୯ ସିଟ୍‌। ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆ ବିଜେପିକୁ ୬୨ରୁ ୮୦ ସିଟ୍‌ ଦେଇଥିବା ବେଳେ କଂଗ୍ରେସକୁ ୧୨୨ରୁ ୧୩୦ ଏବଂ ଜେଡିଏସକୁ ୨୦ରୁ ୨୫ ସିଟ୍‌ ଦେଇଥିଲା। ନ୍ୟୁଜ୍‌ ୨୪ ଟୁଡେସ୍‌ ଚାଣକ୍ୟ ମୁତାବକ ବିଜେପି ୯୨ ସିଟ୍‌, କଂଗ୍ରେସ ୧୨୦ ଏବଂ ଜେଡିଏସ ୧୨ ସିଟ୍‌ ପାଇବ । ସେହିପରି ଇଣ୍ଡିଆ ଟିଭି-ସିଏନଏକ୍ସ ବିଜେପିକୁ ୮୦ରୁ ୯୦, କଂଗ୍ରେସକୁ ୧୧୦ ରୁ ୧୨୦ ଏବଂ ଜେଡିଏସକୁ ୨୦ ରୁ ୨୪ ସିଟ୍‌ ଦେଇଛି। ଟାଇମ୍‌ସ ନାଓ ETG ଆକଳନ ମୁତାବକ ବିଜେପିକୁ ୮୫ ସିଟ୍‌ ମିଳିବ।

କଂଗ୍ରେସ ପାଇବ ୧୧୩ ଓ ଜେଡିଏସ ୨୩ ସିଟ୍‌ ପାଇବ। ଜି ନ୍ୟୁଜ୍‌ ମ୍ୟାଟ୍ରିଜ ଏଜେନ୍ସୀର ବୁଥ ବାହୁଡ଼ା ମତ କହୁଛି, ବିଜେପିକୁ ୭୯ ରୁ ୯୪ସିଟ୍‌ ମିଳିବ। କଂଗ୍ରେସକୁ ମିଳିବ ୧୦୩ରୁ ୧୧୮ ସିଟ୍‌ । ଜେଡିଏସକୁ ୨୫ ରୁ ୩୩ ଆସନ ମିଳିବ। ତେବେ ବିଜେପିକୁ ଅଧିକ ସିଟ୍‌ ଦେଇଛନ୍ତି ୨ଟି ଏକଜିଟ ପୋଲ ସଂସ୍ଥା। ନ୍ୟୁଜ ନେସନ୍‌ -CGS ମୁତାବକ ବିଜେପିକୁ ୧୧୪, କଂଗ୍ରେସକୁ ୮୬ ଏବଂ ଜେଡିସକୁ ମିଳିବ ୨୧ ସିଟ୍‌। ସୁବର୍ଣ୍ଣା ନ୍ୟୁଜ ଜନ କୀ ବାତ ମୁତାବକ ବିଜେପି ୯୪ରୁ ୧୧୭ ସିଟ୍‌ ପାଇବ। କଂଗ୍ରେସ ୯୧ ରୁ ୧୦୬ ଏବଂ ଜେଡିଏସ ୧୪ ରୁ ୨୪ ସିଟ୍‌ ହାତେଇବ।

ଏଥର ନିର୍ବାଚନ ପ୍ରତିଶ୍ରୁତିରେ ୫ ଗ୍ୟାରେଣ୍ଟି ଦେଇଥିଲା କଂଗ୍ରେସ। ଗୃହ ଜ୍ୟୋତିରେ ୨୦୦ ୟୁନିଟ୍‌ ମାଗଣା ବିଜୁଳି, ଗୃହଲକ୍ଷ୍ମୀ ଯୋଜନାରେ ମହିଳାଙ୍କୁ ମାସିକ ୨୦୦୦ ଟଙ୍କା। ଅନ୍ନ ଭାଗ୍ୟ ଯୋଜନାରେ ମାସିକ ୧୦ କେଜି ଚାଉଳ, ଯୁବ ନିଧି ଯୋଜନାରେ ଗ୍ରାଜୁଏଟଙ୍କୁ ମାସକୁ ୩୦୦୦ ଟଙ୍କା, ଡିପ୍ଲୋମା ଡିଗ୍ରୀଧାରୀଙ୍କୁ ୧୫୦୦ ଟଙ୍କା ଏବଂ ଉଚିତ ପ୍ରୟାଣରେ ମହିଳାଙ୍କୁ ମାଗଣା ବସ ସେବା। ସେହିପରି ସଂରକ୍ଷଣ ସୀମା ୫୦ରୁ ୭୫% ବୃଦ୍ଧି, ସାଧାରଣ କାର୍ଯ୍ୟରେ ଦୁର୍ନୀତି ନିବାରଣ ଏବଂ ଘୃଣା ପ୍ରସାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଛି କଂଗ୍ରେସ। ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ସହ କଂଗ୍ରେସ ସରକାର ଗଢ଼ିବା ବୋଲି ଦାବି କରିଛି। ବିଜେପି ମଧ୍ୟ ପୁଣି କ୍ଷମତାକୁ ଫେରିବ ବୋଲି ଦାବି ରଖିଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.