ଜ୍ଞାନବାପୀ ମସଜିଦ୍‌ ରେ ଶିବ ଲିଙ୍ଗ ମାମଲା, କାର୍ବନ ଡେଟିଙ୍ଗ ପାଇଁ ହାଇକୋର୍ଟ ଦେଲେ ଅନୁମତି

ଜ୍ଞାନବାପୀ ମାମଲାରେ ଏହ୍ଲାବାଦ ହାଇକୋର୍ଟ ଶୁଣାଇଛନ୍ତି ବଡ଼ ନିଷ୍ପତ୍ତି । କୁହାଯାଉଥିବା ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ଦେଇଛନ୍ତି ଅନୁମତି । କୋର୍ଟ ଏଏସଆଇ ବା ଭାରତୀୟ ପତ୍ନତତ୍ତ୍ୱ ବିଭାଗକୁ ସର୍ବେକ୍ଷଣ କରିବା ପାଇଁ ଅନୁମତି ଦେଇଛନ୍ତି । ଏଥିସହିତ ମଧ୍ୟ କୁହାଯାଇଛି ଯେ କାର୍ବନ ଡେଟିଂ ବେଳେ କୌଣସି ଅଂଶର ଯେପରି କିଛି କ୍ଷତି ନହୁଏ ତାପ୍ରତି ଧ୍ୟାନ ଦେବାକୁ ହେବ ।

ନୂଆଦିଲ୍ଲୀ : ଜ୍ଞାନବାପୀ ମାମଲାରେ ଏହ୍ଲାବାଦ ହାଇକୋର୍ଟ ଶୁଣାଇଛନ୍ତି ବଡ଼ ନିଷ୍ପତ୍ତି । କୁହାଯାଉଥିବା ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ ଦେଇଛନ୍ତି ଅନୁମତି । କୋର୍ଟ ଏଏସଆଇ ବା ଭାରତୀୟ ପତ୍ନତତ୍ତ୍ୱ ବିଭାଗକୁ ସର୍ବେକ୍ଷଣ କରିବା ପାଇଁ ଅନୁମତି ଦେଇଛନ୍ତି । ଏଥିସହିତ ମଧ୍ୟ କୁହାଯାଇଛି ଯେ କାର୍ବନ ଡେଟିଂ ବେଳେ କୌଣସି ଅଂଶର ଯେପରି କିଛି କ୍ଷତି ନହୁଏ ତାପ୍ରତି ଧ୍ୟାନ ଦେବାକୁ ହେବ ।

ଏହା ସହିତ ବାରାଣସୀ କୋର୍ଟଙ୍କ ଆଦେଶକୁ ମଧ୍ୟ ରଦ୍ଦ କରିଛନ୍ତି । ବାରାଣସୀ କୋର୍ଟ ଏହି ମାମଲାରେ ସ୍ଥିତାଦେଶ ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ବାରାଣସୀ କୋର୍ଟରେ କାର୍ବନ ଡେଟିଂ କରିବାକୁ କରାଯାଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ ।

ବାରାଣସୀ କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ଶେଷରେ ଏହ୍ଲାବାଦ ହାଇକୋର୍ଟ ଶିବଲିଙ୍ଗଙ୍କ ପ୍ରକୃତ ଆୟୁଷ ଜାଣିବା ପାଇଁ କାର୍ବନ ଡେଟିଂ ପାଇଁ ଅନୁମତି ଦେଇଛନ୍ତି । ପ୍ରକାଶଯୋଗ୍ୟ, ଗତବର୍ଷ ୧୬ ମଇରେ ଜ୍ଞାନବାପୀ ମସଜିଦରେ ଶିବ ଲିଙ୍ଗ ମିଳିଥିଲେ । ସେବେଠୁ ଏହାକୁ ନେଇ ବିବାଦ ଜାରି ରହିଛି । ହାଇକୋର୍ଟଙ୍କ ଏହି ରାୟ ପରେ ହିନ୍ଦୁ ପକ୍ଷଙ୍କ ମନରେ ଉତ୍ସାହ ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.