ପର୍ଯ୍ୟଟନ ସ୍ଥଳ ହେବ ମୋଦିଙ୍କ ଚା ଦୋକାନ, ସଂସ୍କୃତି ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ପିଲାଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ଥାନରେ ଚା ବିକୁଥିଲେ ସେହି ସ୍ଥାନ ଅର୍ଥାତ ବଡନଗରରର ରେଲୱେ ଷ୍ଟେସନ ହେବ ପର୍ଯ୍ୟଟନ ସ୍ଥଳ। ଏଭଳି ଏକ ଯୋଜନା କରାଯାଉଛି ବୋଲି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ କହିଛନ୍ତି। କିଛିଦିନ ତଳେ ମନ୍ତ୍ରୀ ବଡନଗର ଗସ୍ତରେ ଯାଇଥିବା ବେଳେ ସେହି ସ୍ଥାନକୁ ପର୍ଯ୍ୟଟନ ବିକାଶ ପାଇଁ ଚିହ୍ନଟ କରିଥିଲେ। ମୋଦି ପିଲାଦିନୁ ଅଭାବ ଅନାଟନରେ ଚଳିଥିବାରୁ ସେ ତାଙ୍କ ବାପାଙ୍କ ସହ ଏହି ବଡନଗର ରେଲୱ ଷ୍ଟେସନ ନିକଟରେ ଚା ଦୋକାନ କରି ପରିବାର ଚଳାଉଥିଲେ। ଏହି ବିଷୟରେ ଖୋଦ ପ୍ରଧା ନ ମନ୍ତ୍ରୀ ବିଭିନ୍ନ ସଭା ସମିତିରେ କହିଛନ୍ତି।

ପର୍ଯ୍ୟଟନ ମନ୍ତ୍ରୀ ଯେତେବେଳେ ଏହି ଚା’ ଦୋକାନକୁ ଦେଖିବାକୁ ଯାଇଥିଲେ ସେତେବେଳେ ଦେଖିବାକୁ ପାଇଥିଲେ ଟିଣରେ ତିଆରି ଏହି ଚା’ ଦୋକାନ ତଳ ଅଂଶରେ ଜଙ୍କ ଲାଗିଛି। ଯାହା ଫଳରେ କିଛିଦିନ ପରେ ଏହା ଭାଙ୍ଗି ଯିବାର ଆଶଙ୍କା ମଧ୍ୟ ଦେଖାଯାଉଛି। ତେଣୁ ଏହାକୁ ତୁରନ୍ତ ମରାମତି କରି କାଚ ଘରେ ରଖାଯାଉ ବୋଲି ସାଙ୍ଗରେ ଆସିଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଚା ଦୋକାନଟିର ବର୍ତ୍ତାମନ ରୁପକୁ ଏମିତି ରଖାଯାଉ ବୋଲି ସେ କହିଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.