ଏନସିବିର ନୂଆ ଡିଜି ଭାବରେ ଦାୟିତ୍ୱ ନେଲେ ଓଡ଼ିଆ ଆଇପିଏସ୍‌ ଅଫିସର ସତ୍ୟ ନାରାୟଣ ପ୍ରଧାନ

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିର ନୂଆ ଡିଜି ଭାବରେ ଦାୟିତ୍ୱ ନେଲେ ଓଡ଼ିଆ ଆଇପିଏସ୍‌ ଅଫିସର ସତ୍ୟ ନାରାୟଣ ପ୍ରଧାନ । ଆଜି ସେ ବିଧିବଦ୍ଧ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଡ୍ରଗ୍‌ ଫ୍ରି ଇଣ୍ଡିଆ ଲକ୍ଷ୍ୟରେ କାମ କରିବେ ବୋଲି ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ସତ୍ୟ ନାରାୟଣ ପ୍ରଧାନ । ଏହାପୂର୍ବରୁ ସେ ଏନଡିଆରଏଫ୍‌ ଡିଜି ଥିଲେ । ଏଥିସହ ଏନସିବିର ଇନଚାର୍ଜ ଡିଜି ଦାୟିତ୍ୱ ତୁଲାଉଥିଲେ ସତ୍ୟ ନାରାୟଣ ପ୍ରଧାନ । ବର୍ତ୍ତମାନ ଏନସିବି ଡିଜି ଭାବରେ ଦାୟିତ୍ୱ ନେଇଥିବାରୁ ତାଙ୍କ ଆଗରେ ଆଗକୁ ଅନେକ ଚ୍ୟାଲେଞ୍ଜ ରହିବ ।

ଏନସିବି ଡିଜି ଭାବରେ ନିଯୁକ୍ତି ମିଳିବା ପରେ ଏସ୍‌. ଏନ୍‌. ପ୍ରଧାନ କହିଥିଲେ ନିଶା ମୁକ୍ତ ଭାରତ, ଏନସିବିର ଆମୂଳଚୂଳ ପୁନର୍ବିନ୍ୟାସ, ନିଶାଦ୍ରବ୍ୟ ନିୟନ୍ତ୍ରଣ ନେଇଥିବା ସବୁ ଏଜେନ୍‌ସୀ ଏବଂ କଷ୍ଟମସ, ଡିଆର୍‌ଆଇ ଓ ରାଜ୍ୟ ପୋଲିସ ସହ ସମନ୍ଵୟରେ କାମ କରିବା ଉପରେ ଗୁରୁତ୍ୱ ଦେବେ ବୋଲି କହିଥିଲେ । ୨୦୨୪ ଅଗଷ୍ଟ ୩୧ ତାରିଖ ଅବସର ଗ୍ରହଣ ଯାଏ ଅଥବା ଅନ୍ୟାଦେଶ ପର୍ଯ୍ୟନ୍ତ ଏନସିବି ଡିଜି ପଦରେ ସେ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.