ପରାଜୟର ଖୁସି…! ୧୫ ବର୍ଷ ତଳୁ ଖାଇଥିଲେ ଶକ୍ତ ଚାପୁଡ଼ା, ଏବେ ନେତାଙ୍କ ପରାଜୟରେ ଲଣ୍ଡା ହେଲେ ବୃଦ୍ଧ

୫ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ରାଜନୀତି ସହ ଜଡ଼ିତ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସୁଛି। ଏବେ ଏହିପରି ଏକ ଘଟଣା ଘଟିଛି ମଧ୍ୟ ପ୍ରଦେଶର ଶିବପୁରୀ ଅଞ୍ଚଳରେ। ଏଠାରେ ଜଣେ ନେତାଙ୍କ ପରାଜୟରେ ଖୁସିର ଉତ୍ସବ ପାଳିଛନ୍ତି ସ୍ଥାନୀୟ ଜଣେ ବୃଦ୍ଧ ବ୍ୟକ୍ତି।

୫ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ରାଜନୀତି ସହ ଜଡ଼ିତ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସୁଛି। ଏବେ ଏହିପରି ଏକ ଘଟଣା ଘଟିଛି ମଧ୍ୟ ପ୍ରଦେଶର ଶିବପୁରୀ ଅଞ୍ଚଳରେ। ଏଠାରେ ଜଣେ ନେତାଙ୍କ ପରାଜୟରେ ଖୁସିର ଉତ୍ସବ ପାଳିଛନ୍ତି ସ୍ଥାନୀୟ ଜଣେ ବୃଦ୍ଧ ବ୍ୟକ୍ତି। ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ଥରେ ଏହି ନେତା ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ଆଉ ସେହିଦିନ ହିଁ ସେ ଏକ ଶପଥ ନେଇଥିଲେ, ଯାହାକୁ ବର୍ତ୍ତମାନ ସେ ପୂରଣ କରିଛନ୍ତି।

ବାସ୍ତବରେ, ଏଠାକାର ବିଧାନସଭା ଆସନରୁ ବିଜୟୀ ପ୍ରାର୍ଥୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କୁ ପାଖାପାଖି ୪୩ ହଜାରରୁ ଅଧିକ ଭୋଟ୍‌ରେ ହରାଇଛନ୍ତି। ଏହି ପରାଜୟରେ ସବୁଠାରୁ ଅଧିକ ଖୁସି ହୋଇଛନ୍ତି ସ୍ଥାନୀୟ ଜରାୟ ଗାଁର ଗୋବିନ୍ଦ ସିଂ। ସେ ୧୫ ବର୍ଷ ତଳେ ଶପଥ ନେଇଥିଲେ ଯେ ଯେଉଁଦିନ ଏହି ନେତାଙ୍କର ଅତିର ଅନ୍ତ ଘଟିବ, ସେହିଦିନ ସେ ଲଣ୍ଡା ହେବେ। ଗୋବିନ୍ଦଙ୍କ କହିବା ହେଲା, ନେତା ଜଣକ କ୍ରମାଗତ ୬ ଥର ଏକ ବିଧାନସଭା ଆସନରୁ ନିର୍ବାଚନ ଜିତିବା ପରେ ଏଥର ଶିବପୁରୀରେ ନିର୍ବାଚନ ଲଢ଼ିଥିଲେ। ହେଲେ ଏଠାରେ ସେ ବୃହତ୍‌ ବ୍ୟବଧାନରେ ନିର୍ବାଚନ ହାରିଛନ୍ତି।

ଗୋବିନ୍ଦ ସିଂ କହିଛନ୍ତି, ୨୦୦୮ ମସିହାର କଥା। ମୋ ଭାଇର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଭାଇର ସମ୍ପତ୍ତିକୁ ଜଣେ ମହିଳା ନିଜ ନାମରେ କରି ନେଇଥିଲେ। ଏହି ଅଭିଯୋଗ ନେଇ ମୁଁ ସେତେବେଳର ବିଧାୟକ ଥିବା ଏହି ନେତାଙ୍କ ପାଖରେ ପହଞ୍ଚିଥିଲି। ସେଠାରେ ବିଧାୟକ ଜଣକ ମୋତେ ପଚାରିଥିଲେ, କେଉଁଠାରୁ ଆସିଛ? ମୁଁ କହିଥିଲି, ମୁଁ ଗୋବିନ୍ଦ, ଜରାୟରୁ ଆସିଛି। ଏହାପରେ ବିଧାୟକ ଆବେଦନ ପତ୍ର ଫାଡ଼ି ଦେଇଥିଲେ। ଏହା ସହିତ ମୋତେ ଶକ୍ତ ଚାପୁଡ଼ା ପକାଇ ସେଠାରୁ ଭଗେଇ ଦେଇଥିଲେ। ସେହିଦିନ ମୁଁ ପ୍ରତିଜ୍ଞା ନେଇଥିଲି ଯେ ଏହି ନେତା ଯେବେ ହାରିବେ, ସେହିଦିନ ଖୁସିରେ ଲଣ୍ଡା ହୋଇ ପଡ଼ିବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.