ପ୍ରତିଶ୍ରୁତି ପୂରଣ କଲେ ତେଲଙ୍ଗାନା ସରକାର, ମହିଳା ଏବଂ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଆରମ୍ଭ ହେଲା ମାଗଣା ବସ୍‌ ଯାତ୍ରା

ତେଲଙ୍ଗାନା ସରକାର ଦେଇଥିବା ୬ ଗ୍ୟାରେଣ୍ଟି ‘ମହାଲକ୍ଷ୍ମୀ’ ଯୋଜନା ଆରମ୍ଭ ହୋଇଛି । ଏହି ଅଧିନରେ ତେଲଙ୍ଗାନା ନିବାସୀ ସମସ୍ତ ବର୍ଗର ଯୁବତୀ ଏବଂ ମହିଳା ଏବଂ ଟ୍ରାନ୍ସଜେଣ୍ଡରମାନେ ମାଗଣାରେ ବସ୍‌ଯାତ୍ରା କରିପାରିବେ ।

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେଭନ୍ତ ରେଡ୍ଡୀ ସରକାର ଗଢିଛନ୍ତି । ଏହା ପରେ ରାଜ୍ୟ ପରିବହନ ନିଗମ ବସ୍‌ରେ ମହିଳା ଏବଂ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ଯାତ୍ରା କରିବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ସରକାର । ରାଜ୍ୟ ସରକାର ଏହାକୁ ନେଇ ଆଦେଶ ଜାରି କରିଛି । ଏହା ପୂର୍ବରୁ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଇଥିବା ୬ଟି ଗ୍ୟାରେଣ୍ଟି ମଧ୍ୟରୁ ଗୋଟିଏ ପୂରଣ କରିଛି ।

ଏହି ସରକାରୀ ଆଦେଶରେ କୁହାଯାଇଛି, ‘ତେଲଙ୍ଗାନା ସରକାର ଦେଇଥିବା ୬ ଗ୍ୟାରେଣ୍ଟି ‘ମହାଲକ୍ଷ୍ମୀ’ ଯୋଜନା ଆରମ୍ଭ ହୋଇଛି । ଏହି ଅଧିନରେ ତେଲଙ୍ଗାନା ନିବାସୀ ସମସ୍ତ ବର୍ଗର ଯୁବତୀ ଏବଂ ମହିଳା ଏବଂ ଟ୍ରାନ୍ସଜେଣ୍ଡରମାନେ ମାଗଣାରେ ବସ୍‌ଯାତ୍ରା କରିପାରିବେ ।

ରେଭନ୍ତ ରେଡ୍ଡୀ ତାଙ୍କ ମନ୍ତ୍ରିମଣ୍ଡଳରେ ଥିବା ୧୧ ଜଣ ସଦସ୍ୟଙ୍କୁ ଆଜି ବିଭିନ୍ନ ବିଭାଗ ଆବଣ୍ଟନ କରିଛନ୍ତି । ଡିସେମ୍ବର ୭ରେ ରେଭନ୍ତଙ୍କ ସହ ମୋଟ ୧୨ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଜି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ନିଜ ପାଖରେ ଗୁରୁତ୍ୱପୂର୍ଣ୍ଣ, ଗୃହ, ଆଇନ ଶୃଙ୍ଖଳା ଓ ମ୍ୟୁନସିପାଲ ଆଡମିନଷ୍ଟ୍ରେସନ ବିଭାଗ ରଖିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ମଲ୍ଲୁ ଭାଟ୍ଟି ବିକ୍ରମାର୍କାଙ୍କୁ ଅର୍ଥ, ଯୋଜନା ଓ ଶକ୍ତି ବିଭାଗ ମିଳିଛି । ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ବରିଷ୍ଠ ନେତା ତଥା ମନ୍ତ୍ରୀ ଏନ ଉତ୍ତମ କୁମାର ରେଡ୍ଡୀଙ୍କୁ ଜଳ ସେଚନ ଓ ସାଧାରଣ ବଣ୍ଟନ ବିଭାଗ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.